ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ ଯୋଗ ଦିବସ ପାଳିତ ହୋଇଯାଇଛି।କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସା ଗୋରା ପଞ୍ଚାୟତ କଲେଜ୍ ରେ ଯୋଗ ଦିବସ ପାଳିତ ହୋଇଯାଇଛି।ଯୁବ ରେଡ୍ କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏହି ଶିବିରରେ ମୁଖ୍ୟ ଅତିଥି ପବିତ୍ର ମୋହନ ପୁଝାରୀ ଯୋଗ ଦେଇ ସୁସ୍ଥ ଶରୀର ଗଠନ ରେ ଯୋଗର ଆବଶ୍ୟକତା ଓ ଉପକାର ବିଷୟରେ ବୁଝାଇ ଥିଲେ।ସୁସ୍ଥ ମନ ,ଶରୀର ଓ ପ୍ରାଣ ବୃଦ୍ଧି ପାଇଁ ଯୋଗର ଏକାନ୍ତ ଆବଶ୍ୟକ ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଭାରପ୍ରାପ୍ତ ଅଧକ୍ଷ ସୁରେଶ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଶିବିର ଉତ୍ସବରେ ସମ୍ମାନିତ ଅତିଥି ଭାବେ ନିରଞ୍ଜନ ସାହୁ ଯୋଗ ଦେଇଥିଲେ।ସଂଯୋଜକ ନାରାୟଣ ପ୍ରଧାନ ଓ ଜାତୀୟ ସେବା ଯୋଜନାର ଅଧିକାରୀ ବିଶେଶ୍ୱର ପାଣିଗ୍ରାହୀ କାର୍ଯ୍ୟକ୍ରମ ଟି ପରିଚାଳନା କରିଥିଲେ।ସେହିପରି ମନ ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସରପଞ୍ଚ ରଂଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ ସହଯୋଗ କରିଥିଲେ ଜିଆରେସ ଆଦିତ୍ୟ ମେହେର,କାର୍ତ୍ତିକ ମହାକୁଡ ଓ ଅନ୍ତର୍ଯ୍ୟାମୀ ମହଲା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପି ଇ ଓ ଶ୍ରୀକାନ୍ତ ପ୍ରଧାନ।
