mobile header

ଆଠଟି ଶ୍ରେଣୀକୁ ତିନି ଶିକ୍ଷକ l ପିଅନ ପଦ ଖାଲି, ଝାଡୁ ମାରୁଛନ୍ତି ଛାତ୍ରଛାତ୍ରୀ ! ସମସ୍ୟାରେ ଗରଗାଲି ନୋଡାଲ ସ୍କୁଲ l

ବଡ଼ଚଣା :ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା କରିବାରେ ଲାଗିଛନ୍ତି l ମାଧ୍ୟାନ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣାରେ ଡ୍ରେସ, ଜୋତା, ଛତା ଏବଂ ବହି ଏମିତି ଆହୁରି ବହୁତ ଯୋଗାଉଛନ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ l କାହିଁକିନା ପିଲା ମାନେ ଓଡ଼ିଆ ମିଡ଼ିଅମ ସ୍କୁଲକୁ ଆସୁନଥିବା ବେଳେ ପିଲାମାନଙ୍କୁ ଆକୃଷ୍ଟ କରିବାଲାଗି l ଏବେ ପୁଣି ସ୍କୁଲକୁ ସ୍ମାଟ ସ୍କୁଲରେ ପରିଣତ କରିବାକୁ ଯୋଜନା ଆରମ୍ଭ ହୋଇଗଲାଣି l କିନ୍ତୁ ଏଠି କୋଉ ସ୍କୁଲରେ ଶିକ୍ଷକ ଅଭାବରୁ ପାଠ ଠିକସେ ପଢା ହୋଇପାରୁନିତ, ଆଉ କୋଉଠି ପିଅନ ଅଭାବରୁ ସ୍କୁଲ ସଫେଇ ହୋଇପାରୁନି l ଏପରି ଏକ ସମସ୍ୟାରେ ଥିବା ସ୍କୁଲ ନଜରକୁ ଆସିଛି l ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ବିଦ୍ୟାଳୟ l ଏହି ବିଦ୍ୟାଳୟଟି ବହୁ ପୁରାତନ ଅଟେ l 1910 ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ କରାଯାଇଥିଲା l ପାଞ୍ଚ ଖଣ୍ଡି ଗାଁ ଭିତରେ ଉକ୍ତ ବିଦ୍ୟାଳୟଟି ଭଲଭାବରେ ଚାଲିଥିଲା ଆଉ ସୁନାମ ମଧ୍ୟ ଆଣିଥିଲା l କିନ୍ତୁ ଏବେ ବିଦ୍ୟାଳୟ ଅବସ୍ଥା ନକହିଲେ ଭଲ l ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି l ହାରାହାରି 180 ପିଲା ଉକ୍ତ ବିଦ୍ୟାଳୟରେ ପାଠପଢୁଛନ୍ତି l କିନ୍ତୁ ଦୁଃଖର ବିଷୟ ଏତେ ଶ୍ରେଣୀକୁ ମାତ୍ର 3 ଜଣ ଶିକ୍ଷକ l ଯେଉଁ ତିନିଜଣ ଶିକ୍ଷକ ଅଛନ୍ତି ତାଙ୍କ ଭିତରୁ ଜଣେ ପ୍ରଧାନ ଶିକ୍ଷକଙ୍କ କାମ କରିବା ସହିତ କାଗଜ ପତ୍ର କାମରେ ସମୟ ଯାଉଛି l ଆଉ ଦୁଇଜଣ ଶିକ୍ଷକ କ୍ଲାସ ନେଉଛନ୍ତି l ଏତେ ସଂଖ୍ୟାରେ ଶ୍ରେଣୀରେ ଠିକସେ କ୍ଲାସ କରିହେଉନି l ଯା ଦ୍ୱାରା ପିଲାମାନେ ବହୁ କ୍ଲାସରୁ ବଞ୍ଚିତ ହେଉଛନ୍ତି l ଖାଲି ସେତିକି ନୁହେଁ ପିଅନ ମଧ୍ୟ 3ବର୍ଷ ହେବ ନାହିଁ l ନିଜେ ପିଲାମାନେ ଝାଡୁ କରିବା ସହିତ ବିଭିନ୍ନ କାମ ମଧ୍ୟ କରୁଛନ୍ତି l ଛାତ୍ରଛାତ୍ରୀ ମାନଙ୍କ ପାଇଁ ଟଏଲେଟର ବ୍ୟବସ୍ଥା ନାହିଁ l ଯାହାକି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗୋଟେ ଭଙ୍ଗା ଘରେ ଚାରିପଟେ ପାଲ ଘୋଡାଇ ସେଇଜାଗାକୁ ସମେସ୍ତେ ପାସ ଯାଉଛନ୍ତି l କିଛି ଗୃହ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି l ଯାହାକି ତା ଭିତରେ ବହୁତ ସରିସୃପ ବାସ କରୁଛନ୍ତି l ପିଲାମାନେ ଡରିଡରି ହରିବାକୁ ପଡୁଛି l ପାଣିର ସମସ୍ୟା ନକହିଲେ ଭଲ l ଟାଙ୍କି ଅଛି, ଟ୍ୟାପ ଅଛି କିନ୍ତୁ ପାଣି ଆସୁନାହିଁ l ପିଲାମାନେ ସ୍କୁଲ ହତା ଭିତରେ ବହୁ ପୁରାତନ ଟିୱେଲରୁ ପାଣି ବ୍ୟବହାର କରୁଛନ୍ତି ତା ପୁଣି ଖରାପ ପାଣି l ଏହିପରୀ ସମସ୍ୟା ଦେଇ ଗତିକରୁଛି ଗରଗାଲି ନୋଡାଲ ବିଦ୍ୟାଳୟ l ଜିଲ୍ଲା ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ସ୍ୱତେ କିଛି ଉତ୍ତର ଆସୁନାହିଁ l କିଛି ଅଭିଭାବକ ଏପରି ଅବବ୍ୟବସ୍ଥା ଦେଖି ନିଜର ପିଲାଙ୍କୁ ନେଇ ବେସରକାରୀ ସ୍କୁଲରେ ପଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି l ଯଦି ଜୁଲାଇ ଭିତରେ ଶିକ୍ଷକ ପଦବୀ ଠାରୁ ଆରମ୍ଭ କରି ସ୍କୁଲର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ନଦିଆଯାଏ ତାହେଲେ ଆଗାମୀ ଦିନରେ ସ୍କୁଲ ତାଲା ପକାଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜରାସ୍ତା ଆନ୍ଦୋଳନ କରିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.