mobile header

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୪/୦୬: ନିଶା ନିବାରଣ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ
(ସୋଆ) ରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ଗୁରୁବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା
ଜୁନ୍ ୨୬ ତାରିଖ ଆନ୍ତର୍ଜାତୀୟ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ
ଆୟୋଜନ କରାଯାଇଥିଲା ।
ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ନାରକୋଟିକ୍ସ କନଂଟ୍ରୋଲ ବ୍ୟୁରୋର ଇଂଟେଲିଜେନ୍ସ ଅଫିସର ଶ୍ରୀ
ବିଶ୍ୱନାଥ ଘୋଷ ଏକ ପିପିଟି ଉପସ୍ଥାପନା କରି ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ଅପବ୍ୟବହାର ବିଷୟରେ ଅବଗତ
କରାଇଥିଲେ । ଏହି ସବୁ ଡ୍ରଗ୍‌ସ ମାନବ ସମାଜରେ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି କରୁଥିବା ଭୟଙ୍କର ପରିସ୍ଥିତି ସଂପର୍କରେ ଉଦାହରଣ
ଦେଇ ସେ ସଚେତନ କରିଥିଲେ ଏବଂ ଏଥି ସହିତ ଭାରତରେ କିପରି କୌଣସି ବ୍ୟକ୍ତି ନିଷିଦ୍ଧ ଡ୍ରଗର ଏକ ଗ୍ରାମ ମଧ୍ୟ
ସାଙ୍ଗରେ ନେଇ ଭ୍ରମଣ କରିବାରେ ପ୍ରତିବନ୍ଧକ ରହିଛି ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।
ସୋଆର କୁଳପତି ପ୍ରପେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ରଛାତ୍ରୀ
ମାନେ କିପରି ଡ୍ରଗ୍‌ସ ଠାରୁ ଦୁରେଇ ରହିବେ ଏବଂ ଏକ ସୁସ୍ଥ ସମାଜରେ ରହିବେ ସେ ସଂପର୍କରେ ନିଜର ମତ ରଖିଥିଲେ ।
ଏହିଭଳି ସଚେତନା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ପ୍ରତିଟି ହଷ୍ଟେଲରେ କରିବା ଉପରେ ସେ ଜୋର ଦେଇଥିଲେ ।
ୟୁନିଭସର୍ଟି ଆଉଟରିଚ ପ୍ରୋଗ୍ରାମ ଡାଇରେକ୍ଟର ପ୍ରଫେସର ନଚିକେତା ଖମାରୀ ଶର୍ମା ଅତିଥି ପରିଚୟ ପ୍ରଦାନ
କରିଥିଲେ । ସୋଆ ଏନଏସଏସ ପକ୍ଷରୁ ବିଗତ ୫ ବର୍ଷରେ ଆୟୋଜିତ ନିଶା ନିବାରଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ସେ ଏକ
ସଂକ୍ଷିପ୍ତ ବିବିରଣୀ ଦେଇଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ସମସ୍ତଙ୍କୁ ନିଶା ଠାରୁ ଦୂରେଇ
ରହିବା ପାଇଁ କହିଥିଲେ ।
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ନିଜ ବକ୍ତବ୍ୟ
ରଖିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏନସିବିର ଅନ୍ୟତମ ଦୁଇ ପ୍ରମୁଖ ଇଂଟେଲିଜେନ୍ସ ଅଫିସରଙ୍କ ସହିତ
ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, ପ୍ରୋଗ୍ରାମ ଅଫିସର ଏବଂ ଆଇଏସଏସ, ଏସପିଏସ୍‌, ଏସଏନସି, ଆଇଟିଇଆର ଓ
ଏସଏନଆଇଏଲରୁ ୩୦୦ ଏନଏସଏସ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ପରିଶେଷରେ ଏନଏସ୍‌ଏସ୍ ପ୍ରୋଗ୍ରାମ ଅଫିସର
ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.