
ବାଲେଶ୍ୱର: ଭାରତୀୟ ନୌସେନା ଏବଂ ଡିଆରଡିଓ ଦ୍ୱାରା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ଶେଷ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନେସୈନିକ ଜାହାଜରୁ ଏହାର ପରୀକ୍ଷଣରେ ସଫଳତା ପାଇଛି ଭାରତ । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରିବ ଏହି କ୍ଷେପଣାସ୍ତ୍ର । ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ।ରାଡାର ଏବଂ ଇନଫ୍ରାରେଡକୁ ଚକମା ଦେଉଥିବା ମିସାଇଲ ଗୁଡିକୁ ମଧ୍ୟ ଏହି କ୍ଷେପଣାସ୍ତ୍ର ଟାର୍ଗେଟ କରିବାରେ ମାହିର । ଏକ ହାଇ ସ୍ପିଡ ଏରିଆଲ ବିମାନକୁ ଟାର୍ଗେଟ କରି ଆଜି ଏହି ମିସାଇଲର ଉତକ୍ଷେପଣ କରାଯାଇଥିଲା । ଯାହା ସଫଳତାର ସହ ଶେଷ ହୋଇଛି । ଏହି ପରୀକ୍ଷଣରେ ସଫଳତା ହାସଲ କରିଛି ଭାରତୀୟ ନୌସେନା । ଏ ନେଇ ଡିଆରଡିଓ ତରଫରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ଚାନ୍ଦିପୁରର ଆଇଟିଆର ଦ୍ୱାରା ଏକାଧିକ ଟ୍ରାକିଂ ଉପକରଣ ବ୍ୟବହାର କରି ସ୍ୱସ୍ଥ୍ୟ ପାରାମିଟର ସହ କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖାଯାଇଥିଲା ।ଶତୃପକ୍ଷର ଆକାଶ ମାର୍ଗରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର(VL-SRSAM) ମିଶାଇଲ । ଚାନ୍ଦିପୁର ଘାଟିରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।