mobile header

କାରାଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ

୧୦ ବର୍ଷ କାରାଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ ମାରିଲା ଆସାମୀ । ଗିରଫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବାପରେ ଭୁବନେଶ୍ବର ଏଡିଜେ କୋର୍ଟ ଶୁଣାଇଥିଲେ ଦଣ୍ଡାଦେଶ । ତେବେ ତାକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।ସୂଚନା ଅନୁସାରେ, କଟକ ଫ୍ଲାଇଂ ସ୍କ୍ବାଡ ଦ୍ବାରା ଏକ ଏନଡିପିଏସ ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ ବିଜୟ କୁମାର ମାଣିଆ । ଅଭିଯୋଗର ଆଜି(ଶନିବାର) ଶୁଣାଣି ଥିବାରୁ ପୋଲିସ ତାକୁ ଏଡିଜେ କୋର୍ଟରେ ହାଜର କରାଇଥିଲା । ତେବେ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣିବା ପରେ ଆସାମୀ କୌଶଳକ୍ରମେ ସେଠାରୁ ଖସି ପଳାଇଛି ।

Leave A Reply

Your email address will not be published.