mobile header

ମାଲକାନଗିରି ଜିଲ୍ଲା ମୁଖ୍ୟ ପର୍ଯ୍ୟଟନସ୍ଥଳି ସତୀଗୁଡା ରାସ୍ତା ଅବସ୍ଥା ସଚନୀୟ; ଜିଲ୍ଲା ପ୍ରଶାସନ ଜାଣିକି ମଧ୍ୟ ନିରବ

ମାଲକାନଗିରି: ୨୫/୦୬/୨୨ ମାଲକାନଗିରି ସହର ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ସଦର ବ୍ଲକ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସତୀଗୁଡା ଇକୋ ପାର୍କ ମୁଖ୍ୟ ରାସ୍ତାର ର ଅବସ୍ଥା ଅତି ଶୋଚନୀୟ ।ଏହି ରାସ୍ତା ଦେଇ ଆନ୍ଦ୍ର ,ଛତିଶଗଡ଼ ତେଲେଙ୍ଗାନା ଓ ମାଲକାନଗିରି ସହର ର ହଜାର ହଜାର ଲୋକ ଦୈନନ୍ଦିନ ଏହି ସତୀଗୁଡା ଡ୍ୟାମସାଇଟ୍ ରାସ୍ତା ଦେଇ ଇକୋ ପାର୍କ କୁ ଆସନ୍ତି । ରାସ୍ତାର ଏହି ଭଳି ଶୋଚନୀୟ ଅବସ୍ଥା ଦେଖୀ ପର୍ଯ୍ୟଟକମାନେ ଆସିବା ପାଇଁ କମିବାରେ ଲାଗିଛି ।ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଡ୍ୟାମସାଇଟ୍ ଛକ ଠାରୁ ସତୀଗୁଡା ଇକୋ ପାର୍କ ରାସ୍ତା ମାତ୍ର ୭ କିମି ।ଏହି ରାସ୍ତା ପାଇଁ ବହୁ ବାର ସ୍ଥାନୀୟ ଅଂଚଳ ବାସୀ ରାସ୍ତାର ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହି ସତୀଗୁଡା ଡ୍ୟାମସାଇଟ୍ ରାସ୍ତା ଉପରେ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୧୬ ଖଣ୍ଡ ରଜସ୍ବ ଗ୍ରାମ ର ୮ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଘାସି ନାୟକ ଙ୍କୁ ଯୋଗାଯୋଗ କରିବାରୁ ସେ ବହୁ ବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାସ୍ତା ର ସମସ୍ୟା ଜଣାଇଥିଲେ ,ଜିଲ୍ଲାପାଳ ପୂର୍ତ୍ତ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସ୍ୱତନ୍ତ୍ର ଭାବେ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଲେ ଓ ଆଗାମୀ ଦିନରେ ଯଥା ଶୀଘ୍ର ଏହି ରାସ୍ତାର କାର୍ଯ୍ୟ ଆରମ୍ଭ ନ କରାଗଲେ ସ୍ଥାନୀୟ ଲୋକଙ୍କ ସହ ରାଜରାସ୍ତା ଉଲ୍ଲେଇବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.