mobile header

ମୋବାଇଲ ଟାୱାର ନାମରେ ଠକେଇ ର‌୍ୟାକେଟର ପର୍ଦ୍ଦାଫାଶ କଲା ପୋଲିସ

ଉଦଳା – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ପୋଲିସ ଦ୍ଵାରା ମୋବାଇଲ ଟାୱାର ବସାଇବା ଆଳ ଦର୍ଶାଇ ଟଙ୍କା ରୋଜଗାର କରିବାର ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଲୁଟୁଥିବା ଏକ ର‌୍ୟାକେଟର ପର୍ଦ୍ଦାଫାଶ କରିଛି । କଲିକତାରୁ ଅପରେଟ ହେଉଥିବା ଏହି ଠକ ସଂସ୍ଥା ଉପରେ ଚଢାଉ କରିଛି କପ୍ତିପଦା ପୋଲିସ୍ । ଚଢାଉ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । କପ୍ତିପଦା ଥାନା ବଡଖଲାଡି ଗ୍ରାମର ହିମାଂଶୁ ଶଙ୍ଖୁଆଙ୍କୁ ମୋବାଇଲ୍ ଟାୱାର ବସାଇବା ରୋଜଗାର କରିବା ନିମନ୍ତେ ଫୋନ ଆସିବା ପରେ ସେ ୮୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଯାହାକି ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏବଂ ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ୍ ହିମାଂଶୁଙ୍କ ନିକଟକୁ ଫୋନ ଆସିଥିବା ନମ୍ବରକୁ ଧରି ଆରମ୍ଭ କରିଥିଲା ତଦନ୍ତ । ଏବଂ ତଦନ୍ତରେ କପ୍ତିପଦା ପୋଲିସ୍ କଲିକତାରେ ଚଢାଉ କରିଥିଲା । ଚଢାଉ ସମୟରେ ଏକ ଘର ଭିତରେ ଚାଲିଥିବା ଏହି ଠକ ସଂସ୍ଥାର ର‌୍ୟାକେଟକୁ ପୋଲିସ୍ ଠାବ କରିଥିବା ବେଳେ ସେଠାରୁ ୬୭ ଗୋଟି ମୋବାଇଲ୍‌, ୮ ଗୋଟି ସିପିୟୁ, ଗୋଟିଏ ଲ୍ୟାପଟପ ଏବଂ ନଗଦ ୮୩ ହଜାର ଏକଶହ ଟଙ୍କା ପୋଲିସ୍ ଜବତ କରିଥିଲା । ଏହା ସହିତ ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ଆକାଶ ଶାହା । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ବେଳେ ସେମାନେ ଆସାମ ଅଂଚଳର ବୋଲି ଏକ ପ୍ରେସ୍‌ ମିଟ୍ ରେ ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.