mobile header

ଫାଟିଲା ପୋଲ, ବିପଦସଙ୍କୁଳ ଅବସ୍ଥାରେ ଯାତାୟତ

ଉଦଳା , – ହଠାତ୍ ପୋଲରେ ପଡିଲା ଫାଟ । ପୋଲର ଚାରି ଗୋଟି ସ୍ଥାନ ଫାଟିଯାଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାଲେଶ୍ୱର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଜାମୁଘାଟ ନିକଟରେ ଥିବା ପୋଲ ରେ। ଗତକାଲି ଲଗାଣ ବର୍ଷା ହୋଇଥିବା ବେଳେ ଆଜି ହଠାତ୍ ପୋଲ ଫାଟିଛି । ପୋଲର ଉପରଭାଗ ଫାଟିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦେଓ ନଦୀ ଉପରେ ହୋଇଥିବା ଏହି ପୋଲରେ ଫାଟ ଦେଖି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ପୂର୍ତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଂଚି ପୋଲର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ପୋଲଟି ବହୁ ପୁରାତନ ହୋଇଥିବା ବେଳେ ପୋଲରେ ଫାଟ ହେବାରୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ବସ୍‌, ଭାରିଯାନ ଯାଉଥିବା ବେଳେ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଫାଟ ପଡିବା ଫଳରେ ପୋଲରେ ସେଭଳି କୌଣସି କ୍ଷତି ହୋଇ ନ ଥିବା କହିଛନ୍ତି ଘଟଣାସ୍ଥଳକୁ ଆସିଥିବା ପୂର୍ତ ବିଭାଗ ଯନ୍ତ୍ରୀ । ତେବେ ତୁରନ୍ତ ଏହି ପୋଲ ମରାମତି କରା ନ ଗଲେ ଯଦି କୌଣସି ଅଘଟଣ ଘଟେ ସେଥିପ୍ରତି ଦାୟୀ ରହିବ କିଏ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଏବଂ ବିଭାଗ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ଵର ସହ ନେବାପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.