mobile header

ରୋମ୍ ରେ କାହିଁକି କାନ୍ଦିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ସେ ଭାବବିହ୍ଵଳ ହୋଇ ସମସ୍ତଙ୍କ ଆଗରେ କାନ୍ଦି ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରୋମ ଗସ୍ତରେ ଯାଇଥିବା ବେଳେ ସେଠାରେ ଜଣେ ଗରିବ ଓଡିଆ ଛାତ୍ରଙ୍କ କଥା ଶୁଣି ନିଜ କୋହ ସମ୍ଭାଳି ପାରି ନଥିଲେ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁରର ଯୁବ ବୈଜ୍ଞାନିକ ଶେଷଦେବ କିଶାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଝରି ପଡିଥିଲା ଲୁହ ।ଶେଷଦେବ ନିଜେ ଭିଡିଓରେ କହୁଥିବାର ଦେଖାଯାଇଛି କି ଯେତେବେଳେ ତାଙ୍କ ପାଖରେ ପାଠ ପଢିବା ପାଇଁ ଟଙ୍କାଟିଏ ନଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ସହାୟତାର ହାତ ବଢାଇଥିଲେ । ତାଙ୍କ ସମସ୍ତ ପଢା ଖକ୍ର୍ଚ୍ଚ ବହନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରିଥିବା ଯୋଗୁଁ ସେ ଆଜି ଜର୍ମାନୀରେ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ବୋଲି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ୨୦୧୮ ମସିହାର କିଛି କଥା ମଧ୍ୟ ସେ ମନେ ପକାଇଛନ୍ତି । ଶେଷ କହିଛନ୍ତି କି ୨୦୧୮ରେ ସେ ଯେତେବେଳେ ନବୀନଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ଶସ୍ତା ପ୍ଯାଣ୍ଟ ସାର୍ଟ ଓ ବାଥ୍ରୁମ ସ୍ଳିପର ପିନ୍ଧିଥିଲେ । ଆଉ ତାଙ୍କ ହାତରେ ଏକ ଛୋଟ ନୋକିଆ ଫୋନ ଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଆଇଫୋନ ଦେଇଥିଲେ । ଏହାସହ ସେକ୍ରେଟାରୀଏଟରେ ତାଙ୍କୁ ଏକ ଭାଷଣ ଦେବାକୁ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ ।ସେହି ସଭାରେ ସମସ୍ତ ଆଇଏଏସ ଅଫିସରଙ୍କ ସମେତ ବଡ ବଡ ଅଫିସର ମାନେ ଉପସ୍ଥିତ ଥିଲେ । ଛୋଟବେଳୁ ନିଜ ପିତାମାତାଙ୍କୁ ହରାଇଥିଲେ ଶେଷଦେବ । ମୁଖ୍ୟମନ୍ତ୍ରୀ ତାଙ୍କୁ ପାଠ ପଢିବା ପାଇଁ ସାହାଯ୍ୟର ହାତ ବଢାଇଥିବାରୁ ତାଙ୍କୁ ପିତାମାତାଙ୍କ ଅଭାବ ମଧ୍ୟ ଅନୁଭୂତ ହୋଇ ନଥିଲା । ନବୀନଙ୍କ ପାଇଁ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କର କେଇପଦ କଥା ଶୁଣି ନବୀନ ତାଙ୍କ ହାତରେ ଆଖିରୁ ଲୁହ ପୋଛୁଥିବାର ଦେଖିବାକୁ ମିଳିଛି ।ଶେଷଦେବ ପ୍ରତିଶ୍ରୁତି ଦେଇଛନ୍ତି କି ତାଙ୍କ ପିଏଚଡ଼ି ଶେଷ ହେବା ପରେ ସେ ଓଡିଶା ଆସି ଏକ ଫାର୍ମା କମ୍ପାନୀ ଖୋଲିବେ । ନବୀନଙ୍କ ସବୁ ସ୍ଵପ୍ନ ଯଥା ସମ୍ଭବ ସେ ପୂରଣ କରିବେ ବୋଲି ଜଣାଇଛନ୍ତି । କାରଣ ସେ ଯେତେବେଳେ କିଛି ବି ନଥିଲେ ନବୀନ ତାଙ୍କୁ ସବୁକିଛି ବନିବାରେ ସାହାଯ୍ୟ କରିଛନ୍ତି ।

Leave A Reply

Your email address will not be published.