
ରଥଯାତ୍ରା ଉପଲକ୍ଷେ ଏଥର ବାରିପଦାରେ ପଡିବ ସର୍କସ ।ଯାହାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି କାର୍ଯ୍ୟ। ତେବେ ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ବାରିପଦା ରେ ପଡିବ ଅଜନ୍ତା ସର୍କସ।ଏଇ ସର୍କସ କୁ ଆସନ୍ତା ୧ ତାରିଖରେ ବାରିପଦା ସ୍ଥିତ କଲେଜ ଫିଲଡ଼ ରେ ଦେଖିବାକୁ ପାଇବେ ମୟୂରଭଞ୍ଜ ବାସୀ ।ଯୋଉଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି କାର୍ଯ୍ୟ।ତେବେ ବହୁଦିନର ଅପେକ୍ଷା ପରେ ସର୍କସ ଆସୁଥିବା ଖବର ଶୁଣି ବାରିପଦା ସମେତ ସାରା ମୟୂରଭଞ୍ଜ,ପୋଡସି ରାଜ୍ୟ ବେଙ୍ଗଲ ଏବଂ ଝାଡ଼ଖଣ୍ଡ ଅଂଚଳବାସୀ ଙ୍କ ମଧ୍ୟରେ ଉଲ୍ଲାସ ଖେଳିଯାଇଛି।