ଫୁଲବାଣୀ -26/6 କନ୍ଧମାଳ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଙ୍ଘ ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି lଫିରିଙ୍ଗିଆ ସ୍ଥିତ ନେଡ଼ିପଦର ଉଚ୍ଚବାଳିକା ବିଦ୍ୟାଳୟ ପରିସରରେନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା lବୈଠକ ରେ ରାଜ୍ୟ ସଙ୍ଘ ସଭାପତି ବିଷିକେଶନ ଦାଶ, ଙ୍କ ସମେତ ରେବା ଦାଶ, ପ୍ରମୋଦ ହରିଚନ୍ଦନ, ବିପିନ ବିହାରୀ ବିଶ୍ୱାଳପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନେ ନିଷ୍ଠା ଓ ଆନ୍ତରିକତା ର ସହ ଶିକ୍ଷା ଦାନ କରିବାକୁ କହିଥିଲେ lପରେ ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା lଏଥିରେ ସଭାପତି ଭାବେ ରଞ୍ଜନ କୁମାର ପାଢ଼ୀ, ସାଧାରଣସମ୍ପାଦକ ଭାବେ ସୁଧୀର ସାହୁ, ଉପସଭାପତି ଭାବେ ରଂଜିତ ପ୍ରଧାନ, ଓ ମିନି ନାୟକ, ସଂଗଠନ ସମ୍ପାଦକ ସୁରଥ ମୁନି, ଯୁଗ୍ମ ସମ୍ପାଦକ ଶାରଳା ବେହେରା, ତ୍ରିଲୋଚନ ପଣ୍ଡା ଓ ସାନନ୍ଦ ବେହେରା ଜୋନାଲ ସମ୍ପାଦକ, ଫୁଲବାଣୀ, ସୁବଳ ରଥ ବାଲିଗୁଡ଼ା, ସନ୍ତୋଷ ଭୋଇ ଜି. ଉଦୟଗିରି, ରଶ୍ମି ରଞ୍ଜନ ଶତପଥୀ କୋଷାଧ୍ୟକ୍ଷ, ଖ୍ରୀଷ୍ଠାଵଧ ନାୟକ,ସମୀକ୍ଷକ ଭାବେ ମନୋନୀତ ହୋଇଥିବାବେଳେ ଉପଦେଷ୍ଟା ଭାବେ ରମେଶ ଚନ୍ଦ୍ର ସାହୁ, ହରିଶ ଚନ୍ଦ୍ର ପ୍ରଧାନ, , ଉମାଶଙ୍କର ସାମନ୍ତରାୟ, ସରୋଜ ସାହୁ ଓ ରୂପଶ୍ରୀ ପ୍ରଧାନ, ମନୋନୀତ ହୋଇଥିବାବେଳେ ଶୈଳବାଳା ପ୍ରଧାନ ମହିଳା ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି lଏହି ସଂଘ କର୍ମଚାରୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି ସଭାପତି ରଞ୍ଜନ ପାଢ଼ୀ କହିଛନ୍ତି l,
Sign in
Sign in
Recover your password.
A password will be e-mailed to you.
Next Post