mobile header

ବାରିପଦାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ।ନିଶଦ୍ରବ୍ୟର କୁ ପ୍ରଭାବ ଓ ଚୋରାଚାଲାଣ ନିବାରଣ ସଚେତନତା ରାଲି ।

ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ତ୍ଵ।ବଧନାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ,ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ଆରକ୍ଷୀ ବିଭାଗ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି। ଜୁନ ୨୬ ତାରିଖ ଆନ୍ତର୍ଜାତିକ ନିଶା ନିବ।ରଣ ଦିବସ ପାଳନ ଅବସରରେ ପ୍ରାତଃ ୯ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି କୁ ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ଶ୍ରୀ ସୌମ୍ୟସ୍ୱରୂପ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପରେ ରାଲି ବାରିପଦା ସହର ପରିକ୍ରମା କରି ସହିଦସ୍ମୃତି ଭବନ ସଭାଗୃହରେ ସମବେତ ହୋଇଥିଲା ।ତତ୍ପରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାରିପଦା ସହିଦ ସ୍ମୃତି ଭବନ ଠାରେ ଏକ ସଚେତନତା ସଭା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ସୌମ୍ୟସ୍ବରୂପ ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇଥିଲେ। ଏବଂ ମୁଖ୍ୟ ବକ୍ତା ଭାବେ ଆର ଡି ଏ ସି ସମ୍ପାଦକ ବିଜୟ କୁମାର ବେହେରା ଯୋଗଦେଇ ନିଶା ଦ୍ରବ୍ୟର ଅପବ୍ୟବହାର ,ଚୋରା ଚାଲାଣ ଏବଂ ନିଶା ଦ୍ରବ୍ୟ ସେବନ ଆଇନ ୧୯୮୫ ଅବତାରଣ କରିଥିଲେ।ଆର ଡି ଏ ସି ଦ୍ୱାରା ପରିଚାଳିତ ନିଶାମୁକ୍ତି ଓ ଥଇଥାନ କେନ୍ଦ୍ରର ପୂର୍ବ ନିଶାସକ୍ତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଶ୍ରୀ ତପନ କୁମାର ସିଂ ବାବୁ ଓ ଶ୍ରୀ ଗୋଲକ ମାନସିଂ ଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ସହିତ ନଗଦ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସର୍ବଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅନନ୍ତ କୁମାର ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.