mobile header

ଉଦ୍‌ଯାପିତ ହେଲା ମୟୂରଭଞ୍ଜ ଛଉ ନୃତ୍ୟ ପାଠ୍ୟ ଖସଡା ପ୍ରସ୍ତୁତି କର୍ମଶାଳା।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ବାରିପଦା ପରିସରରେ ଏକ ପାଞ୍ଚଦିନିଆ ଛଉନୃତ୍ୟ କର୍ମକାଳା ତା୨୧.୦୬.୨୦୨୨ରିଖରୁ ଆରମ୍ଭ ହୋଇ ତା-୨୫.୦୬.୨୦୨୨ରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି କର୍ମଶାଳାର ଶେଷଦିନରେ ମୁଖ୍ୟଅତିଥିଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ କିଶୋର କୁମାର ବସା ଯୋଗଦେବା ସାଙ୍ଗକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ସେଠୀ, ଉତ୍ତରସାହି ଓ ଦକ୍ଷିଣସାହି ବାରିପଦାର କର୍ମକର୍ତ୍ତାବୃନ୍ଦ ଶ୍ରୀକୃଷ୍ଣଚନ୍ଦ୍ର ଦାସ, ଶ୍ରୀ କାର୍ତ୍ତିକେଶ୍ବର ରଣା, ଶ୍ରୀ ଲଡ଼ୁକେଶ୍ବର ରଣା, ଶ୍ରୀ ଦିଲ୍ଲିପ କୁମାର ମିଶ୍ର, ଶ୍ରୀ ସୁଧୀର କୁମାର ନାୟକ ତଥା ଗୁରୁ ଲୋକନାଥ ଦାସଙ୍କ ସମେଡ଼ ବାମନଘାଟି ସବଡିଭିଜନରୁ ଶ୍ରୀ ଦୁଷ୍ମନ୍ତ କୁମାର ବସା, ଚିତ୍ରଡ଼ାର ଶ୍ରୀ କମଳେନ୍ଦୁଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଉଦ୍‌ଯାପନୀ ଉତ୍ସବରେ ବାରିପଦା, ରାଇରଙ୍ଗପୁର ଓ ଚିତ୍ରଡ଼ା କଳାକାରମାନେମୟୂରଭଞ୍ଜ ଛଉନୃତ୍ୟର ଶୈଳୀ ଓ କୌଶଳ ଉପରେ ଆଧାରିତ ଏକ ଛୋଟ ନୃତ୍ୟ ମୁଖ୍ୟଅତିଥିଙ୍କୁ ଉତ୍ସଗୀକୃତ କରି ଉପସ୍ଥାପନା, କରିବା ସହ ମୁଖ୍ୟ ଅତିଥିଙ୍କ ପ୍ରଙ୍ଗ ସାପାତ୍ର ହୋଇଥିଲା । ଉକ୍ତ ପାଞ୍ଚଦିନିଆ କର୍ମଶାଳାରେ ପ୍ରସ୍ତୁତ ହୋଇଥିବା ଏକ ବର୍ଷିଆ ପାଠ୍ୟ ଖସଡା ଜିଲ୍ଲା ସସ୍କୃତି ଅଧିକାରୀଙ୍କୁ ପ୍ରଦାନ କରାଯିବା ସାଙ୍ଗକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବସାଙ୍କୁ ମଧ୍ୟ ଉକ୍ତ ପାଠ୍ୟ ଖସଡା କର୍ମକର୍ତ୍ତା ଓ ବର୍ଷିଆନଗୁରୁ ଶ୍ରୀଯୁକ୍ତ ଶିବ ପ୍ରସାଦ ଦାସ ପ୍ରଦାନ କରିଥିଲେ। ଏହି ସଭାରେ ବହୁ ଗୁରୁମାନଙ୍କ ମଧ୍ୟରୁ ଯେପରିକି ଶତ୍ରୁଘନ ପ୍ରଧାନ, ଅଜୟ କୁମାର ବୈଠା, ଲକ୍ଷ୍ମୀଧର ମହାନ୍ତ, ବୁଲେଶ୍ବର ମୁଣ୍ଡା, ବର୍ଣ୍ଣରୂପାମହାନ୍ତି, ବିଭୁତି ଭୁଷଣ ମହାନ୍ତ, ପ୍ରଦୀପ ମହାନ୍ତି, ଫରେନ ନାରାୟଣ ଧଡ଼ା. ଦେବ ନାରାୟଣ ଧଡ଼ା,ସଂଞ୍ଜୀତ୍ ଘଡେଇ ଓ ରମାକାନ୍ତ ସେନ୍ ପ୍ରମୁଖ ଉପସ୍ଥାପିତ ଥିଲେ।ଉକ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ‘‘ଛଉନୃତ୍ୟ ଉପରେ ଆହୁରି ତଥ୍ୟାତ୍ମକ ଓ କ୍ରିୟାତ୍ମକଗବେଷଣା କରାଯାଇ ଏହାକୁ ଲୋକାଭିମୁଖି କରାଯିବା ଦରକାର।ଆଉ ମଧ୍ୟ ସେ ଉକ୍ତ କର୍ମାଶାଳା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କର୍ମଶାଳାରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ନିଜ କରକମଳରେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।” ତତ୍ ପରେ ସଂସ୍କୃତି ଅଧିକାରୀଙ୍କ ଧନ୍ୟବାଦ ପରେ ସଭା ସଙ୍ଗ ହୋଇଥିଲା।

Leave A Reply

Your email address will not be published.