
କିଏ ଗୋ ତୁମେ ଅପର୍ଣ୍ଣା
ମନଲାଖି ମାଧୁର୍ଯ୍ୟ ମୟୀ କନ୍ଯା
ଗୋଲାପ ରନ୍ଗ ର ଜ୍ଯୋଛ୍ନା ସତେ ଅବା
ଅଜାଡି ହୋଇ ପଡିଚି ସାରା ଦେହରେ
ଗୋଲାପି ଓଠକୁ ଗୋଲାପି ଶାଢି ଟା ଅତ୍ୟନ୍ତ ମନଲୋଭା
ଭାରି ଭାରି ରୁପ ପସରା କୁ ଚାହିଁ
ଆଖି ମୋର ଝଲସି ଗଲା ସିନା
ତୁମେ କିନ୍ତୁ ଚକମା ଦେଖାଇ
ଲୁଚି ଗଲ ସହର ର ଲୋକାରଣ୍ୟ ଭିତ ରେ
ମୁଁ କିନ୍ତୁ ଭୁଲି ନାହିଁ ସେଦିନର ଶକ୍ତ ବେଦନାକୁ
ପ୍ରତିକ୍ଷା ରେ ବେଳ ଗଡି ଗଡି ଚାଳିଲା ସିନା
ତୁମେ କିନ୍ତୁ ପେଂରିଲନି ,
ସହର ସାରା ଖୋଜି ଖୋଜି ରାସ୍ତା ସରିଗଲା
ହେଲେ ସ୍ପନ୍ଦନ ମୋର ଖୁବ୍ ବଢି ଯାଇଥିଲା ସେଦିନ
ଶୟନେ କିମ୍ବା ଜାଗରଣେ ସ୍ୱପ୍ନରେ ଅବା ଭାବନାରେ
ରହିଗଲ ଅଭୁଲା ସ୍ମୃତି ଟିଏ ସତେ କଣ
ତୁମେ ଲୁଚି ଗଲ କଳା ବାଦଲ ରେ
ନାଁ କେଉଁ ଏକ ଅଦେଖା ଗୁମ୍ଫା ରେ
ଯେବେ ପାଆନ୍ତି ସନ୍ଧାନ ନିଶ୍ଚେ ଧରି ଆଣନ୍ତି
କୋଳେଇ ନିଅନ୍ତି ଆଲିଙ୍ଗନ କରି