
ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଜାତୀୟ ସମ୍ମିଳନୀ – 2022 ଅବସରରେ ଦେଶର ବିଭିନ୍ନ ରାଜ୍ୟ ଓ ଓଡିଶାର କେତେକ ଜିଲ୍ଲା ସମେତ ମୋଟ 42 ଟି କେନ୍ଦ୍ରରେ ଜାତୀୟ ସଂହତି ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି।ଏହି ଅବସରରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିଯୋଗିତାରେ ମୋଟ 25 ଜଣ କୁନି ଚିତ୍ରକର ଅଂଶ ଗ୍ରହଣ କରିଥିବା ବେଳେ ଆଶିଷ ବିଶ୍ୱାଳ ପ୍ରଥମ, କୃଷ୍ଣଚନ୍ଦ୍ର ହେମ୍ବ୍ରମ ଦ୍ଵିତୀୟ ଓ ସାଜନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତ୍ୟେକଙ୍କୁ ଆୟୋଜକଙ୍କ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିବ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, କଳା ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ମହେଶ୍ୱର ମାରାଣ୍ଡି, ବସନ୍ତ କୁମାର ମହାପାତ୍ର ତଥା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଡ ନିରୋଜ କୁମାର ପୋଥାଳ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପ୍ରତାପେଶ୍ୱର ଦାଶ, ରଞ୍ଜିତ ଦାସ ଓ ଶିବ ଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।