mobile header

ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ସୋନେଟ୍ -୪
ଘୋଷଯାତ୍ରା

ଘୋଷଣା ହେଲାଣି ହେବ ଘୋଷଯାତ
ଘୋଷକ ପଣ୍ଡିତେ ହେଲେଣି ମଣ୍ଡିତ
ଘେରାଘେରି କରି ପତିଏ ଘୋଷାରି
ଘୋଷରା ବାଇଶି ପାହାଚେ ଉତ୍ତାରୀ ।

ଘୋଷି ଘୋଷି ତୁଣ୍ଡେ ଜୟ ଜଗନ୍ନାଥ
ଘେନିଯିବେ ଘୁଣ୍ଡେ ନନ୍ଦିଘୋଷ ରଥ
ଘେରି ରହିଥିବେ ଭକତ ମଣ୍ଡଳୀ
ଘୋର ନାଦେ ଦାଣ୍ଡ ପଡିବ ଉଚ୍ଛୁଳି ।

ଘର୍ ଘର୍ ହୋଇ ଗଡିଯିବ ରଥ
ଘେନାଇ ଗୁହାରି କରିବେ ଭକତ
ଘେନିବେ ଗୁହାରି ଫେଡିବେ କଷଣ
ଘନଶ୍ଯାମ ପ୍ରଭୁ ନିଳାଦ୍ରି ଭୂଷଣ ।

ଘାଟ ର କଉଡି ପାରିବିନି ଦେଇ
ଘାଟମାଝୀ ତରୀ ଦେବକି ଲଗାଇ ??

              ଡ  ସୁଧୀର ସାମଲ 

         ( * ଘୁଣ୍ଡ- ବଡ କଳା ଭ୍ରମର *)
Leave A Reply

Your email address will not be published.