ଅଗ୍ନିପଥ କୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ।

କାଲିମେଳା ତା ୨୭ /୬ କେନ୍ଦ୍ର ସରକାର ଙ୍କ ଅଗ୍ନିପଥ ଯୋଜନା କୁ ବିରୋଧ କରି ବା ସହ ପ୍ରତ୍ୟାହାର ଦାବିରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ନିର୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଉଛି, ସେହି ପରି କାଲିମେଳା ବ୍ଲକ ର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିରୋଧ କରିବା ସଜ ପ୍ରତ୍ୟାହାର ଦାବିରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ଭାରତର ଯୁବକ ମାନଙ୍କ ଭବିଷ୍ୟତ କୁ ନେଇ ଖେଳୁଥିବା କେନ୍ଦ୍ର ସରକାର ଯଦି ଏହି ଯୋଜନାକୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନ ମାନଙ୍କରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା ବେଳେ ପ୍ରତିବାଦ ର ସ୍ୱର ଜୋର ସୋର ଦେଖିବାକୁ ମିଳିଛି l ବ୍ଲକ ର ପୂର୍ବ ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି ଙ୍କ ନେତୃତ୍ୱ ରେ ଆଜିର ପ୍ରତିବାଦ ଏବଂ ପ୍ରତ୍ୟାହାର ଦାବି ର ଆୟୋଜନ କରାଯାଇଥିଲା ଏଥିରେ ବ୍ଲକ ଜାତୀୟ କଂଗ୍ରେସ ର ଅଧକ୍ଷ ଜ୍ୟୋତିଷ ମଣ୍ଡଳ, ମାଓ ନେତା ଭାବେ ପରିଚିତ ତଥା ନିର୍ଦୋନ୍ଦ ରେ ନବ ନିର୍ବାଚିତ ଲ୍ୟାମ୍ପସ ଅଧକ୍ଷ ଶୁକଦେବ କବାସୀ, ବଡ଼ିଗଟା ସରପଞ୍ଚ ଲିଲି ସୋଡି, ତେଲେରାଇ ସରପଞ୍ଚ ମୁତା ସୋଡି, ବରିଷ୍ଟ କର୍ମୀ ବିକାଶ ମଲ୍ଲିକ, ନୀଳ କଣ୍ଠ ପଟ୍ଟନାୟକ, ଦିଲୀପ ସିଲ, ନିର୍ମଳ ବରମନ, ଏହି ପରି ଶତାଧିକ ଦଳୀୟ କର୍ମୀ ମାନେ ଏହି ପ୍ରତିବାଦ ରେ ସାମିଲ ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.