ବରଗଡ଼ ― ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ବାବା ବିସାସହେ କୁଳ କୁଲିତା ସମାଜ ତରଫରୁ ପଦମପୁର ସଭାପତି ଆଇନଜୀବି ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ଗତ ୨୪ ତାରିଖରେ ବିଜେପି ତରଫରୁ ଦଲିୟ ପତାକା ଧରି ରାମଚଣ୍ଡି ମନ୍ଦିର ଠାରେ ପ୍ରଦର୍ଶନ କରାଯାଇଥିଲା । ବିଜେପିର ଏଭଳି କାର୍ଯ୍ୟକ୍ରମ କୁ ସଭାରେ ଉଦବେଗ ପ୍ରକାଶ କରି ତାଙ୍କ ପ୍ରତି ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।ବରଗଡ ଜିଲ୍ଲା କୃଷକ ମୋର୍ଚାର ଜିଲ୍ଲା କୋଅରଡିନେଟର ଯୋଗେନ୍ଦ୍ର ଭୋଇ ବିଜେପି କର୍ମକର୍ତା ସହିତ ଏହି ନିନ୍ଦନୀୟ କାର୍ଯ୍ୟକ୍ରମ କରିଥିବାରୁ ସେ ନିଜକୁ ଦୋଷୀ ସ୍ବୀକାର କରି ସଭାରେ କ୍ଷମା ମାଗିଥିଲେ । ଏବଂ ଆଗକୁ ଏଭଳି କାମ କରିବେ ନାହିଁ ବୋଲି କହିଥିଲେ । ଉକ୍ତ ସଭାରେ ସହ ସହ ସଂଖ୍ୟାରେ ଝାରବନ୍ଧ,ପାଇକମାଳ,ପଦମପୁର ଅଞ୍ଚଳର ଜାତିଭାଇ ମାନେ ଯୋଗଦାନ କରିଥିଲେ । ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ କୁଲିତା ସମାଜ ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ହେମ ସାଗର ସାହୁ ,କାର୍ଯ୍ୟକାରିଣୀ ସଭାପତି ଭୋଲାନାଥ ପଧାନ,ସଂପାଦକ ଟାଇଲ ଚନ୍ଦ୍ର ଭୋଇସ,ଲକ୍ଷ୍ମଣ ବେହେରା , ତୁଲାରାମ ପଧାନ,ହାରାଧନ ପଧାନ,ଗୋବିନ୍ଦ ଭୋଇ,ପୁଷ୍ପରାଜ ପଧାନ କ୍ଷିରୋଦ୍ର ପଧାନ,ନିତ୍ୟାନନ୍ଦ ପଧାନ ,ଗୋପ ସାହୁ,ନରେନ୍ଦ୍ର ପଧାନ,ଚନ୍ଦୁଲାଲ ପଧାନ,ଲିଙ୍ଗରାଜ ପଧାନ,ଭୀଷ୍ମଦେବ ସାହୁ ,ଗୁଣନିଧି ସାହୁ ଉପସ୍ଥିତ ଥିଲେ ।
