mobile header

ହାଇୱେରେ ବିନା Fastagରେ ଦୌଡିବ ଗାଡି: NHରେ ନଜର ଆସିବନି ଟୋଲ, ଦୂରତା ହିସାବରେ କଟିବ ଟଙ୍କା, ଆରମ୍ଭ ହେବ ANPR ସିଷ୍ଟମ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଏଣିକି ଲମ୍ୱା ଲାଇନ ଲଗାଇବାକୁ ପଡିବ ନାହିଁ । ଏହାସହ ୫ କିଲୋମିଟରର ଯାତ୍ରା ପାଇଁ ପୂରା ଟୋଲ ଦେବା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ହାଇଟେକ୍ ସିଷ୍ଟମ ଆଣିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶର ହାଇୱେ ଗୁଡିକ ହାଇଟେକ୍ ହେବାକୁ ଯାଉଛି । ଜାତୀୟ ରାଜପଥ ଗୁଡିକରେ ଏଣିକି ANPR( ଅଟୋମେଟିକ୍ ନମ୍ୱର ପେଲ୍ଟ ରିଡର) ସିଷ୍ଟମ ଲାଗୁ କରାଯିବ।

କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏହି ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛି । ରାଜସ୍ଥାନରେ ଏନଏଚଏଆଇ ଏହିପରି ଏକ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ନିର୍ମାଣ କରୁଛି । ଏଥିରେ ଗୋଟିଏ ବି ଟୋଲ ବୁଥ ରହିବ ନାହିଁ । ଏହାର ସବୁଠୁ ବଡ଼ ଲାଭ ହେଉଛି ଗାଡି ମାଲିକ ହାଇୱେରେ ଯେକିତି ଦୂର ଯାଇଥିବେ ସେତିକି ହିଁ ଟଙ୍କା ଦେବେ । ରାଜସ୍ଥାନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସରୁ ଏହାର ଆରମ୍ଭ ହେବ ।

ପଞ୍ଜାବର ଅମୃତସରରୁ ଆରମ୍ଭ ହୋଇ ଗୁଜରାଟର ଜାମନଗର ଯାଏଁ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନ ସହ ଯୋଡି ହେବ । ପଞ୍ଜାବ, ହରିୟାଣା ଏବଂ ଆରବ ସାଗରର ବନ୍ଦର ସହ ଏହା ଯୋଡି ହେବ । ଭାରତ ମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନରେ ୬୩୭ କିଲୋମିଟର ରହିଛି । ଅନ୍ୟପଟେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ପୂରା ପ୍ରକଳ୍ପର ମୋଟ ଲମ୍ୱ ୧,୨୨୪ କିଲୋମିଟର । ଏହି ପ୍ରୋଜେକ୍ଟ ଉପରେ ପ୍ରାୟ ୧୪, ୭୦୭ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ ରହିଛି ଏବଂ ୨୦୨୩ ସେପ୍ଟେମ୍ୱର ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.