mobile header

ମାଲକାନଗିରି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖା ନିର୍ବାଚନ

ମାଲକାନଗିରି:୨୭/୦୬/୨୨ ମାଲକାନଗିରି ଜିଲା ସଦର ମହକୁମାସ୍ଥିତି ମାଲକାନଗିରି ମହାବିଦ୍ୟାଳୟରେ ଉତ୍କଳ ସମ୍ମିଳନୀ ଜିଲା ଶାଖା ନିର୍ବାଚନ ଶାଖା ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ବାବଧାନରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । କୋରାପୁଟ ଜିଲା ଶାଖା ସଭାପତି ମଦନମୋହନ ନାୟକ ଏବଂ ରାଜ୍ୟ ପରିଷଦର ସଭ୍ୟ ରବୀନ୍ଦ୍ର ଗୌଡ ଯୋଗଦେଇ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ମାଲକାନଗିରି ଜିଲା ଶାଖା ସଭାପତି ଭାବେ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ, ଉପସଭାପତି ଅଧ୍ୟାପକ ତପନ କୁମାର ବେହେରା ଓ ଭାରତୀ ଦେବୀ, ସମ୍ପାଦକ ରୂପେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର, ସଙ୍ଗଠନ ସମ୍ପାଦକ ଅଧ୍ୟାପକ ଡ. ଗୋକୁଳ ନନ୍ଦ ପାତ୍ର, କୋଷାଧ୍ୟକ୍ଷ ଅଧ୍ୟାପକ ଉମେଶଚନ୍ଦ୍ର ରାଉତ ମନୋନୀତ ହୋଇଥିଲେ । ମନୋନୀତ କାର୍ଯ୍ୟକର୍ତ୍ତା ରାଜ୍ୟ ପରିଷଦ ଜିଲା ପରିଷଦର ସଦସ୍ୟଙ୍କୁ ମନୋନୀତ କରିଥିଲେ । ରାଜ୍ୟ ପରିଷଦରେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବାଲରାଜୁ ପାଢୀ, ରବୀନ୍ଦ୍ର କୁମାର ମହାରଣା, ନାରାୟଣ ଭୋଳ, ଜୟଦେବ ରାଉଳ, ସୁଧାଂଶୁ ଶେଖର ସାହୁ, ବେଣୁପାଣି ଷଡଙ୍ଗୀ ରହିଥିଲେ । ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ନାୟକ , କବିରମୋହନ ବେହେରା ଓ ଅଧ୍ୟାପକ ଗୌତମ ନାୟକ ମନୋନୀତ ହୋଇଛନ୍ତି । କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ । ନବ ନିର୍ବାଚିତ ପ୍ରତିନିଧିମାନେ ଜିଲା ଶାଖାକୁ ସୃଦୁଢ କରିବା ପାଇଁ ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ପରିଷଦର ସଭ୍ୟ ରବୀନ୍ଦ୍ର କୁମାର ମହାରଣା ବିଦାୟୀ ସଭାପତି ପ୍ରକାଶଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.