mobile header

ଜିଏସଟି ଠକାମୀ ର ଅଭିଯୋଗ ଡକ୍ୟୁମେଂଟ ଖୋଜି ଖୋଜି ଜିଏସଟି ବିଭାଗ ନୟାନ୍ତ

ଖୁଣ୍ଟା – ଯୁଆଡେ ଦେଖିବ କୁଢ କୁଢ ଫାଇଲ ଏବଂ କାଗଜପତ୍ର । କେଉଁଠି ପେଟି ଭିତରେ ପଶିଛି କାଗଜପତ୍ର ତ ଆଉ କେଉଁଠି ବସ୍ତା ଭିତରେ । ଏପରିକି ଗୁହାଳ ଘର ଭିତରେ ବସ୍ତାରେ ଭର୍ତ୍ତି ହୋଇ ରହିଥିବା କାଗଜପତ୍ର । ଯାହାକୁ ବାହାର କରି ଯାଞ୍ଚ କରୁଛନ୍ତି ଅଧିକାରୀ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା ଜିଏସଟି ଠକେଇର ଚଢାଉ ସମୟରେ । ବର୍ଷ ବର୍ଷ ଧରି ସରକାରଙ୍କୁ ଟେକ୍ସ ଫାଙ୍କୁ ଥିଲେ । ଚଞ୍ଚକତା କରି ନିଜର ବ୍ୟବସାୟ ଚଳାଇଥିଲେ । ଶେଷରେ ଜିଏସଟି ସ୍କାନରରେ ଆସିଲେ । ଜିଏସଟି ଠକେଇ ହୋଇଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବା ନିମନ୍ତେ ଆଜି ଉଦଳାରେ ଥିବା ପ୍ରମିଳା ଏଂଟରପ୍ରାଇଜେସରେ ଚଢାଉ କରିଥିଲା ଜିଏସଟି ବିଭାଗ । ପ୍ରମିଳା ଏଣ୍ଟରପ୍ରାଇଜେସର ଖୁଣ୍ଟା ସ୍ଥିତବାସ ଭବନରେ ଥିବା ବ୍ୟବସାୟ ପ୍ରତିଷ୍ଠାନ , ବଡସାହି, କପ୍ତିପଦା, ରାଇରଙ୍ଗପୁର ଏବଂ ଉଦଳାରେ ଥିବା ଦୋକାନରେ ଚଢାଉ କରିଥିଲା ଜିଏସଟି ବିଭାଗ । ବାରିପଦା, ବାଲେଶ୍ୱର, ବଡବିଲ, ଯାଜପୁର ଏବଂ କଟକ ଜିଏସଟି ବିଭାଗର ୫ ଜଣ ସହକାରି ବାଣିଜ୍ୟକର କମିସନରଙ୍କ ନେତୃତ୍ଵ ରେ ଗଠିତ ୧୧ ଗୋଟି ଟିମରେ ୨୯ ଜଣ ସଦସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ । ଚଢାଉ ସମୟରେ ପ୍ରମିଳା ଏଣ୍ଟରପ୍ରାଇଜେସର ଏବଂ ତାର ଚାରି ଗୋଟି ଗୃପ ରହିଥିବା ଜିଏସଟି ବିଭାଗ ଦେଖିଥିବା ବେଳେ ସିମେଣ୍ଟ , ରଡ, ସାନିଟାରୀ, ରଙ୍ଗ, ଟାଇଲ୍‌, ଆଜବେଷ୍ଟସ୍ ଆଦି ବିକ୍ରୀ କରୁଥିବା ବେଳେ ଜିଏସଟି ବିଭାଗ ୨୦୧୭ ମସିହା ଠାରୁ ହୋଇଥିବା କାରବାରର କାଗଜପତ୍ର ଯାଞ୍ଚ କରିଥିଲା । ଖୁଣ୍ଟାରେ ଚଢାଉ ସମୟରେ ଗୁହାଳ ଘରେ କୋଟି କୋଟି ଟଙ୍କା କାରବାରର କାଗଜପତ୍ର ବସ୍ତାରେ ଭର୍ତ୍ତି ହୋଇ ଲୁଚାଇ ରଖାଯାଇଥିବା ଜିଏସଟି ବିଭାଗ ଦେଖିପାରି ତାହାକୁ ଆଣି ତଦନ୍ତ କରିଥିଲା । ଏହି ଚଢାଉ ସମୟରେ ଜିଏସଟି ବିଭାଗ ହାତରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଦସ୍ତାବିଜ୍ ଲାଗିଥିବା ବେଳେ ତାହାକୁ ନେଇ ବିଭାଗ ତଦନ୍ତ କରୁଛି ଏବଂ ସମସ୍ତ ଦସ୍ତାବିଜ୍ ଯାଞ୍ଚ ପରେ ସମୁଦାୟ କେତେ ଟଙ୍କାର ଠକେଇ ହୋଇଛି ତାହା ଜଣାପଡିବ ବୋଲି କହିଛନ୍ତି ଡେପୁଟି କମିଶନର । ସମସ୍ତ ପ୍ରମାଣ ମିଳିବା ପରେ ସଂପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଏସଟି ବିଭାଗ ଅଧିକାରୀ । ତେବେ ପୂର୍ବାହ୍ନରୁ ଏହିଯାଞ୍ଚକାର୍ଯ୍ୟ ଚାଲୁ ରହିଥିଲେ ସୁଧା ଖବର ଲେଖା ହେବା ପର୍ଯ୍ୟନ୍ତ ଯାଞ୍ଚକର୍ଯ୍ୟ ଚାଲୁ ରହିଥିବା ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସମ୍ଭବପର ହୋଇପାରୁ ନାହିଁ ଏବଂ ଏହା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି କଟକ ର ଜିଏସଟି ବିଭାଗ ର ଡ଼େପୁଟୀ କମିସନର ଆଶିଷ କୁମାର ସାହୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.