mobile header

ନିଖୋଜ ଥିବା ସାମ୍ବାଦିକ ଙ୍କ ପିତାଙ୍କ ମୃତଦେହ ମିଳିଲା, ସାମ୍ବାଦିକ ମହଲରେ ଶୋକ


ଫୁଲବାଣୀ -28/6
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ,
୭୭ ଙ୍କ ସୋମବାର ମୃତଦେହମିଳିଛି l ଭୁବେନଶ୍ୱର ସ୍ଥିତ ଏ ଏମ ଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା ସାମ୍ବାଦିକ ପୁତ୍ର ବିପ୍ରଚରଣ ସାହୁ କହିଛନ୍ତି l
ସେ ଗତ ୧ ୫ ଦିନ ହେଲା. ନିଖୋଜ ହୋଇଯାଇଥିଲେ l
ବନମାଳି ଭୁବନେଶ୍ୱର ଡୁମୁଡୁମା ରେ କିଛି ମାସ ହେଲା ସାମ୍ବାଦିକ ବିପ୍ର ଚରଣ ଙ୍କ ସାନଭାଇ ଘରେ ରହୁଥିଲେ । ବନମାଳୀ ଘରେ କାହାକୁ କିଛି ନଜଣାଇ କୁଆଡ଼େ ପଳେଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା l ହେଲେ ସୋମବାର ମୃତଦେହ ମିଳିଥିଲା lତାଙ୍କର ମୃତ୍ଯୁ କିପରିହେଲା ଜଣାପଡିନାହିଁ lତାଙ୍କର
ସ୍ୱାଭାବିକ ଭାବେ ମୃତ୍ଯୁ ହୋଇଛି ନା କିଏ ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ l
ସାମ୍ବାଦିକ ବିପ୍ର ଚରଣ ଙ୍କ ପିତାଙ୍କ ମୃତ୍ଯୁ ରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ୟୁ ଜେ ସଭାପତି ପ୍ରଶାନ୍ତ ବେହେରା,ସମ୍ପାଦକ ବ୍ରଜ ନାୟକ ଙ୍କ ସମେତ ବହୁ ସାମ୍ବାଦିକପ୍ରଶାନ୍ତ ଜେନା, ଵାଳ କୃଷ୍ଣ ଚର୍ଚି ଙ୍କ ସମେତ ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.