mobile header

ମ୍ୟାଚରେ ହାରିବା ଯୋଗୁଁ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ କଲେ ଆଫଗାନ ଖେଳାଳୀ

ମ୍ୟାଚରେ ହାରିବା ଯୋଗୁଁ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ କଲେ ଆଫଗାନ ଖେଳାଳୀ । ତେବେ ଓଡିଆ ଖେଳାଳୀ ଏମ ଶ୍ରାକାନ୍ତ ଶେଖର ଙ୍କୁ ଆଫଗାନୀ କୋଚ୍ ଓ ଦର୍ଶକଙ୍କ ଆକ୍ରମଣ । ଦିଲ୍ଲୀ ଶିରିଫୋର୍ଟ କମ୍ପେଳକ୍ସ ରେ ଚାଲିଥିବା ଏମଏଫଏନ – ୯ରେ କରାଯାଇଛି ଆକ୍ରମଣ । ସୂଚନା ଅନୁସାରେ ଶ୍ରୀକାନ୍ତ ରିଂଗ ବାହାରେ ଛିଡା ହୋଇ ରିଗଂରେ ଖେଳିଥିବା ଅନ୍ୟ ଜଣେ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରୁଥିଲେ ଯିଏ ଆଫଗାନ ଖେଳାଳୀ ସହିତ ଖେଳୁଥିଲେ ଏବଂ ସେହି ମ୍ୟାଚ ଆଫଗାନ ଖେଳାଳୀ ଜଣକ ହାରିଯାଇଥିଲେ । ତାପରେ ହୋଇଥିଲା ଶ୍ରୀକାନ୍ତଙ୍କୁ ଆକ୍ରମଣ ।ଏମଏଫଏନ – ୮ରେ ଶ୍ରୀକାନ୍ତ ସେହି ଆଫଗାନ ଖେଳାଳୀ ଠାରୁ ହାରିଥିଲେ ଏବଂ ତାଙ୍କୁ ରି-କଲ ଦେଇଥିଲେ ସେଥିପାଇଁ ଆକ୍ରମଣ ହେଇଥିବା କୁହାଯାଉଛି । ଅନ୍ୟପଟେ ଯେଉଁ ଖେଳାଳୀ ଆକ୍ରମଣ କରିଛନ୍ତି ସିଏ ନକଲି ପାସପୋର୍ଟ ନେଇ ଆସିଥିଲେ ସୁଦ୍ଧା ଦିଲ୍ଲୀ ପୋଲିସର ହାତ ଖାଲି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Leave A Reply

Your email address will not be published.