ବରଗଡ଼ – ବରଗଡ଼ ଜିଲ୍ଲା ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଙ୍କ ନିର୍ଦ୍ଦେଶ ରେ ବିଜେପୁର ଥାନା ପରିଷରରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ ହୋଇ ରକ୍ତ ଭଣ୍ଡାର ଅଧିକାରୀ ଓ କର୍ମଚାରୀ ଙ୍କ ସହଯୋଗ ରେ ରକ୍ତ ଭଣ୍ଡାର କୁ ହସ୍ତାନ୍ତର କରାଯାଇଛି । ଏହି ମେଗା ରକ୍ତ ଦାନ ଶିବିର କୁ ବିଜେପୁର ଥାନା ଅଧିକାରୀ ଶନୟ ନାଏକ ପରିଚାଳନା କରିଥିବା ବେଲେ ଏହି କାର୍ଯ୍ୟକ୍ରମ ରେ ଏସପି ଙ୍କ ସମେତ ବିଜେପୁର ଏନଏସି ଅଧ୍ୟକ୍ଷ ସୀତା ବାରିକ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ଙ୍କ ସମେତ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ , ତହସିଲଦାର ଆର୍ତତ୍ରାଣ ଥାଟ୍ଟି ଯୋଗଦାନ ଦେଇଥିବା ବେଲେ ଆଇଆଇସି ଶନୟ ନାଏକ , ବରଗଡ଼ ପୋଲିସ ସଂଘ ର ସଭାପତି ଶୁଶିଲ ଦାସ ,ସମ୍ପାଦକ କମଲାକାନ୍ତ ଗଡ଼ତିଆ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା ଓ ବିଜେପୁର ଥାନା କର୍ମଚାରୀ ସହଯୋଗ କରିଥିଲେ ।ଉକ୍ତ ଶିବିରରେ ବିଜେପୁର ର ବିଭିନ୍ନ ଅନୁଷ୍ଠାନ ,ବ୍ଯକ୍ତି ବିଶେଷ ଓ ମୁଖ୍ୟ କରି ଯୁବଗୋଷ୍ଠୀ ଆଗ୍ରହର ସହ ରକ୍ତ ଦାନ କରିଥିଲେ ।
