mobile header

କଂଗ୍ରେସ ରାଜ୍ୟ ସଭାପତି ଙ୍କ ମୟୂରଭଞ୍ଜ ଗସ୍ତ।ଗସ୍ତରେ ଆସି ବାରିପଦାରେ ଆୟୋଜିତ ବାଇକ ରେଲି,ଜନ ସମ୍ପର୍କ ସଭାଯାତ୍ରା,ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ।

ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ବାରିପଦା ସହରର ସାଇବିନାୟକ ମଣ୍ଡପ ରେ ଜନ ସଂପର୍କ ଯାତ୍ରା ରେ ଯୋଗ ଦେଇଥିଲେ। ତା ପୂର୍ବରୁ ସକାଳ ୧୦ ଘଣ୍ଟା ସମୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ଯାମାଖୁଣ୍ଟା ବ୍ଲକ ଲକ୍ଷ୍ମୀପୋସୀ ପଞ୍ଚାୟତ ରେ ଗତ ଜିଲ୍ଲା ପରିଷଦ ନିର୍ବାଚନ ରେ ଲଢିଥିବା ପ୍ରାର୍ଥୀ ଲାଲ ମୋହନ ସିଂ ଆଦିବାସୀ ମାନଙ୍କର ପାରମ୍ପରିକ ବାଜା ଓ ନୃତ୍ୟ ରେ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ସ୍ଵାଗତ କରିଥିଲେ। ତାପରେ ସଭାପତି ସେଠାରେ ଥିବା ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ପୋଡାଅସ୍ତିଆ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ଯୁବ ଛାତ୍ର କଂଗ୍ରେସ ସହର ପରିକ୍ରମା କରାଇଥିଲେ । ପ୍ରଦେଶ ସଭାପତି ଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଓ ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ବନ୍ଦିତା ପରିଡ଼ା ଏକ ଖୋଲା ଜିପ୍ ରେ ରାଲିରେ ଯାଇ ସଭା ମଣ୍ଡପ ରେ ପହଞ୍ଚି ଥିଲେ। ରାଜ୍ୟ ସଭାପତି ତାଙ୍କ ଭାଷଣରେ କହିଲେ ଯେ, ନବୀନ ସରକାରଙ୍କର ୨୨ ବର୍ଷ ଅମଲା ତାନ୍ତ୍ରିକ ସରକାର ଓଡ଼ିଶା କୁ ବହୁତ ପଛାଇ ଦେଇଛନ୍ତି। ଋଣ ଭାର ବଢ଼ିଛି, ଦରଦାମ ର ନିୟନ୍ତ୍ରଣ ନାହିଁ, କୋୖଣସି ନୂଆ କଳ କାରଖାନା କରି ନାହାନ୍ତି। ମୟୁରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲା ରେ ଗୋଟିଏ ବି ଶିଳ୍ପ ନାହିଁ, କଂଗ୍ରେସ ଅମଳରେ ଥିବା ସ୍ପିନିଂ ମିଲ , ଗଞ୍ଜି କାରଖାନା,ନିକୋ ଦୀର୍ଘ ଦିନରୁ ବନ୍ଦ ପଡ଼ିଛି। ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ ପାଇଁ କୋୖଣସି ଯୋଜନା ନାହିଁ । ବେକାରୀ ବୃଦ୍ଧି, ନାରୀ ନିର୍ଯ୍ୟାତନାରେ ରେକର୍ଡ କରିଛନ୍ତି। କେନ୍ଦ୍ର ର ମୋଦି ସରକାର ଙ୍କ ଅଗ୍ନିପଥ ଯୋଜନା ଯୁବକ ମାନଙ୍କୁ ଦିଗହରା କରିବ । ଭବିଷ୍ୟତ ଅନ୍ଧାର। ମୋଦି ଯେଉଁ ବାର୍ଷିକ ୨ କୋଟି ଚାକିରି ଦେବାର ପ୍ରତିଶୃତି ଦେଇଥିଲେ ତାହା ମିଥ୍ୟା ରେ ପରିଣତ ହୋଇଛି। ଦରଦାମ ଆକାଶ ଛୁଆଁ, କେବଳ ମିଥ୍ୟା ପ୍ରତିଶୃତି।ରାଜ୍ୟ ସଭାପତି ଅମଲା ମାନଙ୍କ କଂଗ୍ରେସ କର୍ମୀ ଙ୍କୁ ହଇରାଣ କଲେ ତାର ଉପଯୁକ୍ତ ଜବାବ ଦିଆଯିବ ଏବଂ କଂଗ୍ରେସ ସରକାର ଆସିଲେ ୨୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି ଘୋଷଣା କରିଥିଲେ। ପଲ୍ଲୀ ରୁ ରାଜଧାନୀ ପର୍ଯ୍ୟନ୍ତ କଂଗ୍ରେସ କୁ ବୁଥ ସ୍ତରରୁ ମଜବୁତ କରିବାକୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଙ୍କ ବ୍ୟତୀତ ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ବନ୍ଦିତା ପରିଡ଼ା,ଆରଜିପିଏସ୍ ର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ରାଜ୍ୟ ଉପସଭାପତି ସୁରେଶ ମହାପାତ୍ର, ଶ୍ରୀମତି ସରସ୍ଵତୀ ହେମ୍ବ୍ରମ, ରାଜ୍ୟ ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପୂର୍ବତନ ଯୁବ ସଭାପତି ଲୋକନାଥ ମହାରଥୀ, ଶୁଭେନ୍ଦୁ ମହାନ୍ତି , ଜ୍ଞାନ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଟାଉନ କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.