mobile header

ମାଲକାନଗିରିର ଯୁବ ବୈଜ୍ଞାନିକଙ୍କ ହେଲିକ୍ୟାପ୍ଟରରେ ମୃତ୍ୟୁ


ମାଲକାନଗିରି- ମାଲକାନଗିରି ସଦର ମହକୁମା ସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି।ପୁଅ ସତ୍ୟମ୍ବଦ ପାତ୍ର ନିଜର ହାଇସ୍କୁଲ କରିଏର ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ।ସେଠାରେ ସେ ଭୁତତ୍ୱବିତ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ।ଆରବ ସାଗରରେ ରହିଥିବା ଓଏନଜିସିର ଏକ ପ୍ଲାଣ୍ଟକୁ ତଦାରଖ କରିବା ପାଇଁ ଚାର୍ଟର ହେଲିକ୍ୟାପ୍ଟରରେ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଅଥବା ଯୋଗାଯୋଗ ବିଛିନ୍ନ ହେବା ଯଗୁଁହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ହେଲିକପ୍ଟରରେ 9 ଜଣ ବସିଥିଲେ।ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଉଦ୍ଧର ହୋଇଥିବା ଜଣାପଡିଛି।ପରିବାର ଲୋକେ ଖବର ପାଇ ମୁମ୍ବାଇ ଗସ୍ତ କରିଛନ୍ତି। ଖବର ପ୍ରଚାରିତ ହେବା ପରେ ଜିଲ୍ଲାରେ ଶୋକ ର ଛାୟା ଖେଳି ଯାଇଛି

Leave A Reply

Your email address will not be published.