mobile header

ଦାଦନ ଖଟିଗଲେ,ଶବ ହୋଇ ଘରକୁ ଫେରିବେ

କଣ୍ଟାମାଳ,୨୯।୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତାଲବେଡା ଗ୍ରାମର ଏକ ଯୁବକ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କଣ୍ଟାମାଳ ଥାନା ଅନ୍ତର୍ଗତ ତାଲବେଡ଼ା ଗ୍ରାମର ଇତିହାସ ରଣାଙ୍କ ପୁଅ ମୁକେଶ ରଣା କିଛି ମାସ ପୂର୍ବେ ଦାଦନ ଖଟିବାକୁ ଯାଇ ସୁଦୂର ତାମିଲନାଡୁର ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ । ଗତକାଲି କାମ କରିବାକୁ ବାଇକ ଯୋଗେ କାରଖାନାକୁ ଯାଉଥିବା ବେଳେ ବେମ୍ବିସେଲ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହୀଂକ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତି ଦ୍ବୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରଖିଛି ।ଅନ୍ୟପଟେ ମୃତ ମୁକେଶଙ୍କ ପରିବାର ଗରିବ ହୋଇଥିବାରୁ ଶବ ଆଣିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନ ଥିବାରୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.