mobile header

ପ୍ରମୋଦ ଭଗତ ଙ୍କୁ ପ୍ଲେୟାର୍ସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବରଗଡ / ଅତାବିରା  : ପାରା ଅଲମ୍ପିକ ଖେଳାଳୀ ତଥା ଖେଳରତ୍ନ ଓ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନୀତ ପ୍ରମୋଦ ଭଗତ ଙ୍କୁ ତାଙ୍କ ନିଜ ଜନ୍ମ ମାଟି ଅତାବିରା ର  ନିଜେ ଖେଳିଥିବା ପ୍ଲେୟାର୍ସ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି କ୍ଲବ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ କୌଶିକ ମହାକୁର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ ପ୍ରଥମେ କ୍ଲବ ର ସଦସ୍ୟ ତଥା ପାରା ବ୍ୟାଡମିଣ୍ଟନ ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ତଥା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭଗତ ଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ , ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳରତ୍ନ  ଓ ପଦ୍ମଶ୍ରୀ ପୁରସ୍କାର  ପାଇବା ପରେ ପ୍ରମୋଦ ଙ୍କ ଏହା ନିଜ ଜନ୍ମମାଟି କୁ ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଅନୁଷ୍ଠିତ କ୍ଲବ ର ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ଏଥିରେ ଖୁବ୍ ଶୀଘ୍ର କ୍ଲବ ପକ୍ଷରୁ ପ୍ଲେୟାର୍ସ କ୍ଲବ୍ ଓ ପିବି ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ ଗଠନ କରାଯିବା କୁ ନିଷ୍ପତ୍ତି ନିଆଗଲା। ପାରା ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ପରେ ପ୍ରମୋଦ ରାଜ୍ୟ ସରକାର ଙ୍କ ପାଖରେ ଜମି ଯୋଗାଇ ଦେଲେ ଏକ ବ୍ୟାଡମିଣ୍ଟନ ଏକାଡେମୀ ନିର୍ମାଣ

Leave A Reply

Your email address will not be published.