mobile header

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ।

ଭୁବନେଶ୍ଵର ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏକଲବ୍ୟ ମଡେଲ ବିଦ୍ୟାଳୟ ଗୁଡିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାର ଏସଟି ଏସସି ବିଭାଗ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ର ସରକାରଙ୍କ ଆଦିବାସୀ ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟରେ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ପାଇଁ କାର୍ଯ୍ୟକାରି ସଂସ୍ଥା ୱାବକସ, ବ୍ରିଜ ଏଣ୍ଡ ରୂଫ, ଏସ ଏସ ସି ଏଲ ର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଚର୍ଚ୍ଚା କଲେ । ଉକ୍ତ ବୈଠକରେ ଓଡିଶା ପାଇଁ ସର୍ବାଧିକ ୮୭ ଟି ଏକଲବ୍ୟ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ନିଜେ ୪୫ ଟିର ଭୂମି ପୂଜନ କରି କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକାଶ କରିଥିଲେ । ଏବଂ ଏହା ମଧ୍ୟ ଦେଶର ସମସ୍ତ ରାଜ୍ୟ ଅପେକ୍ଷାକୃତ ଅଧିକ ବୋଲି ଜଣାପଡ଼ିଛି । ମୟୁରଭଞ୍ଜ ଜିଲ୍ଲା ବାସୀଙ୍କ ପାଇଁ ମଧ୍ୟ ଏହା ଖୁସି ଖବର ଯେ ସାରା ରାଜ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ ଗୋଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ୧୯ଟି ସ୍ଥାନରେ ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଭୂମିପୂଜନ କରି କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟର ଅଗ୍ରଗତି ନେଇ ଖୁସିବ୍ୟକ୍ତ କରିଥିଲେ । ଏଣୁଏହି ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ବିଶେଷ କରି ଯେଉଁ ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇନାହିଁ କିମ୍ବା କେଉଁଠି ଜଙ୍ଗଲ ଓ ପାହାଡ଼ ଆଦି ସମସ୍ୟା ପାଇଁ ଜମି ଅଧିଗ୍ରହଣ ହୋଇପାରି ନାହିଁ ସେନେଇ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କର ଯେଉଁ ସ୍ଵପ୍ନ ରହିଛି ୨୦୨୪ ସୁଦ୍ଧା ସାରା ଦେଶରେ ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟ ସାରି ବନବାସୀ ପିଲା ମାନେ ବିନା ମୂଲ୍ୟରେ ପାଠପଢ଼ିବା ସହିତ ସେମାନଙ୍କ ଉନ୍ନତି ହେବ ସେ ଲକ୍ଷ୍ୟ ପୂର୍ଣ୍ଣ ହେବା ଆବଶ୍ୟକ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏହି ସମୀକ୍ଷା ବୈଠକରେ କହିଥିଲେ ।ଉକ୍ତ ବୈଠକରେ ଏସ୍ ସି ଏସ୍ ଟି ବିଭାଗର ନିର୍ଦ୍ଦେଶକ ପୂନମ ଗୋହା, କେନ୍ଦ୍ରମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଡ. ସରୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.