ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ କଟକ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି ।ସେହିପରି ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ) ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ରୋମାଞ୍ଚଳ ଖମାରୀଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଡେପୁଟି ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଓଏଏସ୍ ଅନୀଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଉପସଚିବ, ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସଚିବ ଭାବେ ବଦଳି ହୋଇଛି ।

Leave A Reply

Your email address will not be published.