mobile header

ବୌଦ୍ଧ ତହସିଲର ତିନି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ,୩୦ା୬ : ବୌଦ୍ଧ ତହସିଲର ତିନିଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା ଅଧିକାରୀ ଗୌରଚରଣ ପ୍ରଧାନ,ସଦର ରାଜସ୍ୱ ନିରୀକ୍ଷକ ଉମାକାନ୍ତ ସାହୁ ଓ ଡ୍ରାଇଭର ଗଙ୍ଗାଧର ବେହରା ଅବସର ଗ୍ରହଣ କରିଛନ୍ତି । ବୌଦ୍ଧ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଦାୟକାଳୀନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ରାଜସ୍ୱ ନିରୀକ୍ଷକ,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀମତୀ ଦଳବେହେରା ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ନିଷ୍ଠାର ସହିତ ନିଜର ସରକାରୀ ଦାୟିତ୍ୱ ନିର୍ବାହ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ଅବସର ପରେ ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.