ମାଲକାନଗିରି: ୩୦/୦୬/୨୨ ମାଲକାନଗିରି ସଦର ବ୍ଲକ ର ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାନ୍ତି ସ ସଭା ପରିଚାଳନା କରି ଥିବା ବେଳେ ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ ସଭାପତିତ୍ୱ କରିଥିଲେ । ଏହି ସ୍ୱତନ୍ତ୍ର ଗ୍ରାମ ସଭାରେ ଜୟପୁର ଠାରୁ ମାଲକାନଗିରି ଜିଲ୍ଲାକୁ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ଉକ୍ତ ରେଳ ପ୍ରକଳ୍ପ ର ରେଳ ଲାଇନ୍ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ବାତ୍ରୀଅଟାଳ,ଭୀମାରାଙ୍ଗନି,କୁକୁଡ଼ାଗୁଡା ,ମନୁଷ୍ କୋଣ୍ଡା ଓ ଦାନୀଗୁଡା ପ୍ରମୁଖ ୫ଟି ଗ୍ରାମ ଦେଇ ରେଳ ଲାଇନ ଯିବ । ଏଥିରେ ସ୍ୱତନ୍ତ୍ର ଗ୍ରାମ ସଭାରେ ସର୍ବ ସମ୍ମତି କ୍ରମେ ୫ଟି ଗ୍ରାମର ଗ୍ରାମବାସୀ ବିଭିନ୍ନ ଦାବି ଯଥା ଯାହାର ଜମି ଯିବ ତା ହେଲେ ଉକ୍ତ ପରିବାର ର ଜଣକୁ ରେଳବାଇ ରେ ଚାକିରୀ ନିଯୁକ୍ତି ,ଘର ଓ ଘର ଜାଗା ଗଲେ ,ଘର ର ପଇସା ସହ ଜାଗର ପଇସା ,ଜମି ଉପରେ ଥିବା ଆମ୍ବ ଗଛ,ସଲପ ଗଛ କିମ୍ବା ମହୁଲ ଗଛ ଗଲେ ଉକ୍ତ ଗଛ ପାଇଁ ପଇସା ,ଗାଈ ଗରୁ ଚରୁ ଥିବା ଗୋଚର ଜାଗା ଗଲେ ,ସେଥିପାଇଁ ସ୍ୱତନ୍ତ୍ର ଅନ୍ୟ ଗୋଚର ଜାଗା ଦେବେ ଓ ଗାଈ ଗରୁଙ୍କ ସୁରକ୍ଷା ପାଇଁ ରେଳ ଲାଇନ ର ଦୁଇ ପାର୍ଶ୍ଵରେ ବେରିକେଟ୍ କରିବା ପାଇଁ ଦାବି କରାଯାଇଛି । ଉକ୍ତ ଗ୍ରାମ ସଭାରେ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୨୧ଟି ୱାର୍ଡ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ,ସମସ୍ତ ଗ୍ରାମ ବାସୀ ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇ ଯଥା ଶୀଘ୍ର ରେଳ ଲାଇନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ।
