mobile header

ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଗୁଟଖା ଦୋକାନ ରୁ ଗୁଟଖା ଜବତ କଲା ପ୍ରଶାସନ

ପଡିଆ, : ମାଲକାନଗିରି ଜିଲ୍ଲା ପଡିଆ – ଶିଖପଲ୍ଲୀ ମୁଖ୍ୟ ରାସ୍ତା କଡରେ ଥିବା ଏକ ଗ୍ରୋସରୀ ଦୋକାନରୁ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ଦୀର୍ଘ ସମୟ ଧରି ଏହି ଦୋକାନରେ ବେଆଇନ ଭାବେ ଗୁଟଖା ବିକ୍ରି ହେଉଥିବା ବେଳେ ଏ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳୁଥିଲା। ସୂଚନା ପାଇ ଜିଲ୍ଲା ଖାଉଟି ଓ ପରିବାର କଲ୍ୟାଣ ବିଭାଗର ଡଃ ମହାପାତ୍ର, ଡଃ ରାଜ ସମେତ ଅନ୍ୟାନ୍ୟ ଅଧିକାରୀ ପଡିଆ ପୋଲିସ ର ସହଯୋଗରେ ଆଜି ଦିନ ପ୍ରାୟ ୧୨ ଟା ବେଳେ ଏହି ଦୋକାନକୁ ଚଢାଉ କରି ବିପୁଳ ପରିମାଣରେ ଗୁଟଖା ଜବତ କରିଥିବା ଜଣାପଡିଛି। ସେହିପରି ପଡିଆ ବ୍ଲକ ସଦର ମହକୁମାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଗ୍ରୋସରୀ ଦୋକାନରେ ଗୁଟଖା ବିକ୍ରି ହେଉଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଗୁଟଖା ବସ୍ତା ଜବତ କରାଯାଇଛି। ପଡିଆ ଏସଏସଡି ହାଇସ୍କୁଲ ସମ୍ମୁଖରେ ଥିବା ଏହି ଗ୍ରୋସରୀ ଦୋକାନରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଗୁଟଖା ବିକ୍ରି କରାଯାଉଥିବା ନେଇ ପ୍ରଶାସନ ପାଖରେ ଖବର ଥିଲା । ଶେଷରେ ଆଜି ମାଲକାନଗିରି ଜିଲ୍ଲା ଖାଉଟି ଓ ପରିବାର କଲ୍ୟାଣ ବିଭାଗ ପକ୍ଷ୍ୟରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଗୁଟଖା ଜବତ କରାଯାଇଥିଲା। ଏଥିସହ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ନୋଟିସ ଜାରି କରାଯିବା ସହ ଜୋରିମାନା ଅଦାୟ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.