mobile header

ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି

ମାଲକାନଗିରି: ୩୦/୦୬/୨୨ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି ” ଦିଶା “ମାନ୍ୟବର ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଳ ,ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା ,ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ,ଜିଲ୍ଲାପାଳ ବିଶାଳ ସିଂ ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁଇଁୟା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମୀକ୍ଷା କରାଯାଇଥିଲା ଏବଂ ଟେଲିକମ୍, ବ୍ୟାଙ୍କିଙ୍ଗ୍, ରେଳବାଇ, ସଡକ, ଜଳସେଚନ ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ପୋୖର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ ,ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ,ବାଲିମେଳା ଏନ୍ ଏ ସି ଅଧ୍ୟକ୍ଷ ଙ୍କ ସହ ସମସ୍ତ ବିଭାଗ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.