mobile header

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପକ୍ଷୀ ଙ୍କ ଯତ୍ନ  ଓ ସୁରକ୍ଷା କରାଯାଉ 

ବଣଜଙ୍ଗଲ ର ପ୍ରାକୃତିକ ଶୋଭାରାଜି ରେ ଭରପୁର ଗନ୍ଧମାର୍ଦ୍ଦନର ପର୍ବତମାଳା ରେ ପାକ୍ଷୀ ଙ୍କ ସୁରକ୍ଷା କରାଯାଉ ବୋଲି ସ୍ଥାନୀୟ ବୁଧ୍ଧିଜିବୀ ଓ ଗନ୍ଧମାର୍ଦ୍ଦନର ସୁରକ୍ଷା ଓ ବିଭିନ୍ନ ଐତିହାସିକ ,ପୌରାଣିକ ଓ କୀର୍ତ୍ତି ରାଜି ,ଐତିହ୍ୟ ଉପରେ ଗବେଷଣା କରୁଥିବା ଟିମ ଦାବି କରିଛି । ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଅନେକ ପ୍ରକାରର ପାକ୍ଷୀ ଅଛନ୍ତି ଏମାନଙ୍କ ମଧ୍ୟରୁ ରାବଣ ଭଲି ବିରାଟକାୟ ପାକ୍ଷୀ ଲୋପ ପାଇଗଲେଣୀ ଏଭଲି ଆହୁରି କିଛି ପ ଦେଖିବାକୁ ମିଳୁନଥିବା ବେଲେ ପୂର୍ବ ଅପେକ୍ଷା ପାକ୍ଷୀ ଙ୍କ ସଖ୍ଯା କମ ରହିଛି । ଏଭଲି ସ୍ତିତିରେ ପକ୍ଷୀ ଙ୍କ ସୁରକ୍ଷା ଜରୁରୀ ହୋଇ ପଡିଛି ବୋଲି ଏମାନେ ଦାବି କରନ୍ତି । ଗନ୍ଧମାର୍ଦ୍ଦନରେ ଅନେକ ପ୍ରକାରର ଗୁମ୍ଫା ରହିଛି , ଅନେକ ବଡ଼ବଡ଼ ବୃକ୍ଷ ଲତା ରହିଛି ପକ୍ଷୀ ଙ୍କ ଖାଦ୍ୟ ମଧ୍ୟ ଭରପୁର ରହିଛି ହେଲେ ସେମାନଙ୍କ ଉଚିତ ରଖ୍ଯଣାବେଖ୍ଯଣର ଆବଶ୍ୟକତା ରହିଛି ଏଥିପ୍ରତି ଗୁରୁତ୍ୱ ଦେଲେ ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ପକ୍ଷୀ ଙ୍କ ସଖ୍ଯା ବଢ଼ିପାରେ ବୋଲି ଟିମ ସଦସ୍ୟ ଅନୁମାନ କରୁଛନ୍ତି ଓ ସୁରକ୍ଷା ସହ ଉଚିତ ଯତ୍ନବାନ ହେବାପାଇଁ ସରକାରୀ ସ୍ତରରେ ଗୁରୁତ୍ୱ ଦେବାକୁ ଦାବି କରୁଛନ୍ତି ।

ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ବହୁ ପ୍ରକାର ଜୀବଜନ୍ତୁ ବସବାସ କରୁଥିବା ବେଲେ ବିଭିନ୍ନ ପ୍ରକାରର ଓ ବିଭିନ୍ନ ବିଚିତ୍ର ପକ୍ଷୀ ଦେଖାଯାଆନ୍ତି । ଗନ୍ଧମାର୍ଦ୍ଦନ ପର୍ବତମାଳା ର ସ୍ଥାନୀୟ ଅଧିବାସୀ ଓ ବନବାସୀ ମାନେ ବଣଜଙ୍ଗଲ କୁ ଯେଉଁ ଭଲି ସ୍ଥାନୀୟ ଭାଷାରେ ନାମକରଣ କରିଛନ୍ତି ଠିକ ସେହିଭଲି ଜୀବଜନ୍ତୁ ଓ ଙ୍କୁ ମଧ୍ୟ ସ୍ଥାନୀୟ ଭାଷାରେ ନାମକରଣ କରି ଚିହ୍ନଟ କରନ୍ତି । ଗନ୍ଧମାର୍ଦ୍ଦନ ପର୍ବତମାଳା ର କେତେକ ପାହାଡ ପର୍ବତ କୁ ମଧ୍ୟ ପକ୍ଷୀ ଙ୍କ ନାମ ଅନୁସାରେ ନାମକରଣ ମଧ୍ୟ କରାଯାଇଛି । ସ୍ଥାନୀୟ ଭାଷାରେ ରାବଣ ପକ୍ଷୀଭଲି କେତେକ ପକ୍ଷୀ ଲୋପ ପାଇଗଲେଣି ଓ ଅନେକ ପ୍ରକାରର ଜିବିତ ରହିଛନ୍ତି । ସ୍ଥାନୀୟ ଅଧିବାସୀ ଓ ବନବାସୀ ଙ୍କ କହିବା ଅନୁସାରେ ସାଧାରଣ ବଣଜଙ୍ଗଲ ରେ ରହୁଥିବା ପକ୍ଷୀ ତିତେଲ , ପଣକା ,କାଠହଣା , ବାଦୁଡି, ମଏନା , କାଉ , କୋଇଲି , ଜଙ୍ଗଲ ଚଟିଆ , ଫୁଲଚୁହି , ମୟୂର , କୁମ୍ଭାଟୀ , ରୂପ ,ପ୍ରଭୃତି ପକ୍ଷୀ ଗନ୍ଧମାର୍ଦ୍ଦନରେ ଦେଖା ଯାଉଥିବା ବେଲେ ବିଚତ୍ର ପ୍ରକାରର ପକ୍ଷୀ ଦେଖା ଯାଆନ୍ତି । ସ୍ଥାନୀୟ ବୁଢାସମ୍ବର ଗାଁର ଅଧିବାସୀ ବୟୋଜ୍ୟେଷ୍ଠ  ଜଟି ସିଂହ ବରିହା ଙ୍କ କହିବା ଅନୁସାରେ ଗନ୍ଧମାର୍ଦ୍ଦନରେ ଏକ ରଗଡ଼ବାଜ ନାମକ ପକ୍ଷୀ ରହିଛି ଯାହା ଶିକାର କରେ ବଡ଼ ଧରଣର ବାଜ ଭଲି ଦେଖାଯାଏ ଯାହା ଛୋଟ ଛୋଟ ପକ୍ଷୀଙ୍କୁ ଶିକାର କରି ଖାଇଥାଏ । ସମ୍ପୂର୍ଣ୍ଣ ମାଂସହାରି ପକ୍ଷୀ ଅଟେ ଏହାସହ ବିଭିନ୍ନ ଜୀବଜନ୍ତୁ ଙ୍କୁ ମଧ୍ୟ ଆହାର ଭାବରେ ଗ୍ରହଣ କରିଥାଏ । ଏପରିକି ସମ୍ବରର ସିଙ୍ଘ ଉପୁଡିଗଲେ ନୂଆ କଅଲିଆ ସିଙ୍ଗ କୁ ମଧ୍ୟ ଖାଇଦେଇ ପାରେ । ଗନ୍ଧମାର୍ଦ୍ଦନରେ ଆହୁରି ଏକ ପକ୍ଷୀ ଅଛି ଯାହାକୁ ସ୍ଥାନୀୟ ଭାଷାରେ ଭେଙ୍ଗରେଜ ପକ୍ଷୀ କୁହାଯାଏ ସେ ବଣଜଙ୍ଗଲ ରେ ରହୁଥିବା ସମସ୍ତ ପକ୍ଷୀ ଙ୍କ ଭାଷା ଅନୁକରଣ କରି କହିପାରିଥାଏ । ବେଲେ ବେଲେ ବଣଜଙ୍ଗଲ ରେ ବୁଲୁଥିବା ସମୟରେ ଆପଣ ଗୋଟିଏ ଶବ୍ଦ ବଦଳରେ ଏକାଧିକ ପକ୍ଷ ଙ୍କ ଶବ୍ଦ ଗୋଟିଏ ସ୍ଥାନରେ ଶୁଣି ଆଶ୍ଚର୍ଯ୍ୟ ଓ ଚକିତ ହୋଇପାରନ୍ତି । ଆହୁରି ମଧ୍ୟ ବିଦେଶରେ ଦେଖାଯାଇଥିବା ଭଲି ପକ୍ଷୀ ମଧ୍ୟ ସ୍ଥାନୀୟ ଦେଶୀ ପକ୍ଷୀ ଅଛି ଯାହା ତାଙ୍କ ଲକ୍ଷଣ ବିଦେଶୀ ପ ଭଲି ରହିଛି । ଗନ୍ଧମାର୍ଦ୍ଦନ ପର୍ବତମାଳା ର ପାଦତଳେ ରହୁଥିବା ଅନେକ ସ୍ଥାନୀୟ ଅଧିବାସୀ ଓ ସ୍ଥାନୀୟ ବନବାସୀ ଯେଉଁମାନଙ୍କ କି ପକ୍ଷୀ ଉପରେ ବିଶେଷ ଜ୍ଞାନ ରହିଛି ସେହି ବିଶିଷ୍ଟ ବ୍ଯକ୍ତି ମାନଙ୍କୁ ଭେଟି ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ପକ୍ଷୀ ଙ୍କ ବିଷୟରେ ବୁଝିବା ବେଲକୁ ବହୁ ବିଚତ୍ର ବିଚତ୍ର ଆଶ୍ଚର୍ଯ୍ୟ ଓ ଚକିତ ହେବାଭଲି କାହାଣୀ ଶୁଣିବାକୁ ମିଲିଛି । ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଏଭଲି ପକ୍ଷ ଅଛି ଯିଏକି ରାତ୍ରି ସମୟରେ ମହିଳା ଙ୍କ କାନ୍ଦିବା ଭଲି ଶବ୍ଦ କରିଥାଏ ଯାହା ଭାରି ଭୟଙ୍କର ଓ ଭୟଭୀତ ଶବ୍ଦ । ଆହୁରି ଏକ ପକ୍ଷୀ ଅଛି ରାତ୍ରିରେ ଆକ୍ରମଣ କରିପାରେ । ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ପକ୍ଷୀ ଙ୍କୁ ନେଇ ଅନେକ ପ୍ରକାରର ଲୋକକଥା ମଧ୍ୟ ରହିଛି । ସ୍ଥାନୀୟ ଗବେଷଣା ରୁ ଜଣାପଡ଼ିଛି ଯେ ଗନ୍ଧମାର୍ଦ୍ଦନ ପର୍ବତମାଳା ର ସବୁଠାରୁ ଖୁସି ଓ ଶାନ୍ତି ପ୍ରିୟ ଜୀବ ହେଉଛନ୍ତି ପକ୍ଷୀ ।ଅତି ଛୋଟ ଫୁଲଚୁହି ଠାରୁ ରାବଣ ଭଲି ପକ୍ଷୀ ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ରହିଛନ୍ତି ଏମାନଙ୍କ ମଧ୍ୟରୁ କିଛି ପକ୍ଷୀ ଲୋପ ପାଇଗଲେଣୀ । ଏମାନଙ୍କ ସୁରକ୍ଷା ଓ ଉଚିତ ଯତ୍ନ ନିଆଗଲେ ଆସନ୍ତା ଦିନରେ ଏହି ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ପକ୍ଷୀମାନେ ସୁରକ୍ଷିତ ରହିପାରିବେ ବୋଲି ଗନ୍ଧମାର୍ଦ୍ଦନ ପର୍ଯ୍ୟଟନ ଓ ଐତିହ୍ୟ ଉପରେ ଗବେଷଣା କରୁଥିବା ଟିମର ପଣ୍ଡିତ ସୁବୋଧ ପଣ୍ଡା, ସମଲେଇ ପୀଠ ପୂଜକ ନବୀନ ଯୋଶୀ , ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ, ୟୁୁୁଟୁୁୁଭର ସୁଶାନ୍ତ ପ୍ରଧାନ , ପରିବେଶବିିିତ ଡେଭିଡ଼ ମିଶ୍ର ,ସ୍ନକ ହେଲଫ ର  ଭବେଶ ସାାହୁ ଙ୍କ ସମେତ ଟିମ ସଦସ୍ୟ ମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.