mobile header

ଜନବିକାଶ ତରଫରୁ ମାଣ୍ଡିଆ ଚାଷସମ୍ପର୍କରେ ସଚେତନତା


ଫୁଲବାଣୀ 30/6 କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ୍ ତଲାରୀମାହା ପଞ୍ଚାୟତ ର ଜବେରୀ ଗ୍ରାମରେ ସ୍ଵେଛାସେବୀ ସଂଗଠନ ଜନ ବିକାଶ ତରଫରୁ ମାଣ୍ଡିଆ ଚାଷ ଓ ଉପକାରିତା ସମ୍ପର୍କରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜନ ବିକାଶର ସି ଆର୍ ପି ସୁବାସ ଚନ୍ଦ୍ର ପ୍ରଧାନ, ତଲାରୀ ମହା ପଞ୍ଚାୟତ ଜୋବେରୀ ଆଞ୍ଚଳିକ ମଞ୍ଚ ର ସି ଆର୍ ପି ସି ସୁନେଲି ପ୍ରଧାନ ଯୋଗଦେଇ ଏସ୍ ଏ ଜି ଗ୍ରୁପ ର ମା ମାନଙ୍କୁ ମାଣ୍ଡିଆ ଚାଷ କିପରି କରିବେ ଓ ତାର ଉପକାରୀତାସମ୍ପର୍କରେ ସଚେତନ କରିଥିଲେ । କନ୍ଧମାଳ ଜିଲ୍ଲାର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଏହି ବୈଠକରେ ଯୋଗ ଦେଇ ଉପଭୋକ୍ତ l ମାନଙ୍କୁ ଜାଳେଣି ଗ୍ୟାସ୍ , ଓ ମାପ ଓଜନ ରେ ଖାଉଟି ମାନେ କିପରି ଠକାମୀ ର ଶୀକାର ହେଉଛନ୍ତି ସେନେଇ ସଚେତନ କରିଥିଲେ । ଜନ ବିକାଶ ର ସଦସ୍ୟ ଏବଂ ଗ୍ରାମର ଅନେକ ଚାଷୀ ଭାଇ ମାନେ ସହଯୋଗ କରି ମାଣ୍ଡିଆ ଚାଷ କିପରି କରାଯାଏ ଏବଂ ମାଣ୍ଡିଆ ର ଉପକାରୀତା ବିଷୟରେ ଏହି ବୈଠକରେ ଆଲୋଚନା କରି ସମସ୍ତ ଚାଷୀ ମାନଙ୍କ ର ପଞ୍ଜିକୃତ କରାଯିବା ନିମନ୍ତେ ଆଲୋଚନା କରଯାଇଥିଲା l

Leave A Reply

Your email address will not be published.