mobile header

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ଗିରଫ ଦାବୀରେ କୁଇ ସମାଜ ମହିଳା ସଂଗଠନ ଏସପିଙ୍କୁ ଭେଟିଲେ

ଫୁଲବାଣୀ-୩୦/୬ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଉଡ଼ ପଡ଼ା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣି କୁଇ ସମାଜ ମହିଳା ସଂଗଠନ ସଂପାଦିକା ଗୀତାଞଳୀ କହଁର ଓ ଉପସଭାନେତ୍ରୀ ସାଇବାଣୀ କହଁରଙ୍କ ନେତୃତ୍ଵରେ ପିଡିତା ଛାତ୍ରୀର ମା’ ଓ ଅନ୍ୟ ମହିଳାମାନେ ଗୁରୁବାର କନ୍ଧମାଳ ଏସପି ବିନିତ ଅଗ୍ରୱ।ଲଙ୍କୁ ଭେଟି ଆଲୋଚନା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ୍ର କରି ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବୀ କରିଥିଲେ। ଏସପି ଶ୍ରୀ ଅଗ୍ରୱ୍ଵାଲ ଶବ ବ୍ୟବଛେଦ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା କଥା ସଂପାଦିକା ତଥା ପୂର୍ବତନ ସରପଞ୍ଚ ଗୀତାଞଳୀ କହଁର ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟଯେ, ଗତ୧୫/୦୬/୨୨ରେ ନାବାଳିକା ଘରୁ କୁ ଆଡେ ଚାଲିଯାଇଥିଲା ଓ ଦୁଇ ଦିନ ପରେ ଆଇଟିଆଇ ନିକଟ ଆମ୍ବଗଛରେ ଝୁଲନ୍ତ। ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହ ଦେଖିବାପରେ ଝିଅକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ସଦର ଥାନ।ରେ ମୃତନାବାଳିକାର ମା ଯୋଶଦା କହଁର ଏତେଲା ଦେଇଥିଲେ। ହେଲେ ପୋଲିସ କୌଣସି କାମନା ନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରି ଗୁରୁବାର ଏସପିଙ୍କୁ ଭେଟିଥିଲ।କୁଇ ସମାଜ ମହିଳା ସଂଗଠନ ।ତେବେ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣାସ୍ଥଳକୁ ଯାଇ ଘଟଣାର ପରିପାର୍ଶ୍ଵିକ ପରିସ୍ଥିତି, ଓ ମୃତ୍ୟୁରକାରଣ ସଂପର୍କରେ ଛାନଭିନ କରି ଫେରିଛନ୍ତି ।

Leave A Reply

Your email address will not be published.