
ଫୁଲବାଣୀ-୩୦/୬ ଏକ ଆୟବର୍ହିଭୁତ ସଂପତି ଠୁଳମାମଲାରେ ବିଚାର କରି ଫୁଲ ବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସନ୍ତେ।ଷ କୁମାର ଜେନା ଅଭିଯୁକ୍ତ 6ରଂଜ ଅଫିସର ଦିଲ୍ଲିପ କୁମାର ଡିଗଲ ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସାଙ୍ଗକୁ ୧ ଲକ୍ଷ ଟଙ୍କା ଜୋରିମାନ । ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ୬ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି ।ସେହିପରି ଦିଲ୍ଲିପଙ୍କ ସ୍ତ୍ରୀ ସୁଜାତାକୁ ମଧ୍ୟ ସହ ଅପରାଧି ଭାବେ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ବିଚାରପତି ସନ୍ତୋଷ କୁମାର ଜେନା।ଦିଲିପ ବୌଦ୍ଧ ଜିଲା ପୁରୁଣା କଟକଠାରେ ରେଞ ଅଫିସର ଥିବାବେଳେ ଗତ ୨୩/୦୯ ୨୦୧୧ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁକରିଥିଲା ଆଉ ସେତେବେଳେ ୪୫ ଲକ୍ଷରୁ ଉର୍ଦ୍ଧ୍ଵ ଆୟ ବହି ଭୁତ ସଂପତି ଆକଳନ କରିଥିଲା ଭିଜିଲାନ୍ସ ।ଅଭିଯୁକ୍ତ ଦିଲିପ ଡିଗଲଙ୍କ ଘର ଟିକା ବାଲି ଥାନା ଅନ୍ତର୍ଗତ ବ୍ରେକା ଗ୍ରାମରେ ।ତଦନ୍ତ ବେଳେ ଦିଲିପ ଙ୍କ ନିଜ ଗ୍ରାମ ବ୍ରେକାରେ ଦୁଇ ମହଲା, ଫୁଲବାଣୀ କବରଖାନା ସାହୀ ରେ ଦୁଇ ମହଲା, ଭୁବନେଶ୍ୱର ନିଳାଦ୍ରୀ ବିହାରରେ ତିନି ମହଲା ଘର ରହିଥିବା ଜଣାପଡିଥିଲା।