
ବୌଦ୍ଧ ତା 30/06/22 ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ ଦିଆ ଯାଇଥିଲା l ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥଙ୍କ ସଭାପତିତ୍ୱ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଦ ଚନ୍ଦ୍ର କହଁର ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ଡା. ପ୍ରଫୁଲ୍ଲ କୁମାର ନାଏକ ଦୀର୍ଘ 34ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲାରେ ସଫଳତା ସହିତ ଦାଇତ୍ୱ ତୁଲାଇ ଆଜି ଅବସର ଗ୍ରହଣ କରିଥିବାର ଜୀବନି ବ୍ୟାଖ୍ୟା କରିଥବାବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପ ନିର୍ଦ୍ଧେଶକ ଡା.ହୃଷିକେଶ ବେହେରା, ଏଡିଭିଓ ଦିସି ଡା.ପ୍ରଭାସ କୁମାର ବେହେରା, ନୋଡାଲ ଅଫିସର ଡା. ସଂଘମିତ୍ରା ପରମାନିକ, ପ୍ରାଣିଚିକିତ୍ସା ଅଧିକାରୀ ଡା. ପ୍ରିୟବ୍ରତ ବେହେରା, କର୍ମଚାରୀ ଦିଲ୍ଲୀପ କୁମାର ମିଶ୍ର, ସୁକାନ୍ତି ସିଂ, ଶଙ୍କର ରେଡି, ବିଷ୍ଣୁ ଚରଣ ନାଏକ, ସାରଦା ପ୍ରସାଦ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ସମସ୍ତଙ୍କ ତରଫରୁ ପୁଷ୍ପଗୁଛ, ଉପଢୌକନ ଓ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଶାଧାନ ଉପହାର ପ୍ରଦାନ କରାଯାଉଥିଲା l ଏହି କାର୍ଯ୍ୟକ୍ରମରେ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ, ସଦସ୍ୟ ଗଦାଧର ମହାକୁଡ଼ ଉପସ୍ଥିତ ଥାଇ ଶ୍ରୀ ନାଏକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ସଫଳ କରିବାରେ ଧବଳେଶ୍ୱର ମେହେର, ନଳିନୀ ଯାନୀ, ରାମଚନ୍ଦ୍ର ପ୍ରଧାନ, ରଘୁନାଥ ବଡ଼ମାଳି ଓ ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l