mobile header

ବଡ଼ଚଣା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନରେ ବିଚିତ୍ର ଚିତ୍ର : ଶୋଇକି ପଢୁଛନ୍ତି ପିଲା,ଶିକ୍ଷୟିତ୍ରୀ ଜଗୁଆଳି

ବଡଚଣା ବ୍ଳକ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ!ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଚଣ୍ଡିଖୋଲ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ!ଏଠାରେ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ଅଶ୍ୱଭାବିକ ଚିତ୍ର ଦେଖିବାକୁ ମିଳିଛି! ଏଠାରେ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ଗୃହରେ ବସିକରି ପାଠ ପଢିବା ପରିବର୍ତ୍ତେ ଶୋଇକି ପଢୁଥିବା ଦେଖାଯାଇଛି! ପିଲାମାନେ ଶୋଇକରି ପଢୁଥିବା ସମୟରେ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ ମଧ୍ୟ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ କେବଳ ପିଲା ମାନଙ୍କୁ ଜଗି ରହିବା ଦୈଖାଯାଇଛି!ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି! ଶିକ୍ଷା ବିଭାଗର ସଭିଏଁ ପଢିବେ ସଭିଏଁ ବଢ଼ିବେ ସ୍ଲୋଗାନକୁ ଏହି ଘଟଣା ଉପହାସ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି!ସରକାର ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଓ ସେମାନଙ୍କର ଭବିଷ୍ୟତ ଗଢିତୋଳିବା ଉଦ୍ଧେଶ୍ୟରେ ଲକ୍ଷ୍ର ଲକ୍ଷ ଟଙ୍କାର ଯୋଜନା ପ୍ରଣୟନକରି ସ୍କୁଲର ଉନ୍ନତି କରୁଥିଲା ବେଳେ ବଡ଼ଚଣା ଶିକ୍ଷା ମଣ୍ଡଳୀରେ ତାହାର ସେପରି ପ୍ରଭାବ ପଡୁନଥିବା ଆଲୋଚନା ହେଉଛି!ଯଦି ଉକ୍ତ ସ୍କୁଲକୁ ଉଦାହରଣ ଭାବେ ନିଆଯାଏ ତେବେ ଏଠାରେ ନା ଠିକ ସେ ପାଠ ପଢ଼ା ହେଉଛି ନା ଠିକରେ ପିଲାମାନଙ୍କୁ ଡ୍ରେସ ନା, ମଧ୍ୟାହ୍ନ ଭୋଜନ ମିଳୁଛି! ୨୦୦୯ ମସିହାରେ ଏହି ସ୍କୁଲଟି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଲକ୍ଷ୍ୟ ନେଇ ଖୋଲାଇଥିଲା ତାହା ସଠିକ ଲକ୍ଷ ପୁରଣ କରିନାହି! ଅଭିଯୋଗ ପାଇ ଆମ ପ୍ରତିନିଧି ସ୍କୁଲରେ ପହଞ୍ଚି ଥିଲାବେଳେ ପାଞ୍ଚଟି ଶ୍ରେଣୀର ପିଲା ଗୋଟିଏ ରୁମରେ ବସି ପାଠ ପଢୁଥିବା ଦେଖାଯାଇଥିଲା!ଏପରିକି ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ସମୟରେ ପିଲାମାନେ ପକା ଉପରେ ଶୋଇ ଶୋଇ ପାଠ ପଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ! ସମସ୍ତ ପିଲା ସ୍କୁଲ ଡ୍ରେସ ମଧ୍ୟ ପିନ୍ଧିନ ଥିଲେ ,ମାତ୍ର ୫ଜଣ ପିଲା ସ୍କୁଲକୁ ଆସିଛନ୍ତି ବୋଲି ଶ୍ରେଣୀ ଶିକ୍ଷକ କହିଥିଲେ! ମଧ୍ୟାହ୍ନ ଭୋଜନ ରନ୍ଧା ହେଉନ ଥିବା ପିଲାମାନେ କହିଥିଲେ!ଏଥିନେଇ ପ୍ରଧାନ ଶିକ୍ଷୟତ୍ରିଙ୍କୁ ପଚାରିବାରୁ ସେ ସଂଗେ ସଂଗେ ନିଜ ମନୀବ୍ୟାଗରୁ କିଛି ଟଙ୍କା ବାହାର କରି ଜଣେ କର୍ମଚାରୀଙ୍କୁ ଦେଇ ପିଲାମାନଙ୍କ ପାଇଁ ଖାଇବା କିଣି ଆଣିବାକୁ କହିଥିବା ଦେଖାଯାଇଥିଲା!ଏହି ସ୍କୁଲକୁ ପ୍ରତିଦିନ ବହୁ କମ ପିଲା ଆସୁଥିଲା ବେଳେ କାଗଜପତ୍ରରେ ଅଧିକ ପିଲା ଦର୍ଶାଇ ମଧ୍ୟାହ୍ନ ଭୋଜନ ହଡପ ହେଉଥିବା ଅଭିଯୋଗ ହୋଇଛି!ଏଠାରେ ସ୍ବଛ ପିଇବା ପାଣିର ସୁବିଧା ନାହିଁ,ସରକାରୀ ସ୍କୁଲର ଏହିଭଳି ଅବେବସ୍ଥା ଦେଖି ସ୍ଥାନୀୟ ଅଭିବାବକମାନେ ନିଜ ପିଲାଙ୍କୁ ଧରି ବେସରକାରୀ ସ୍କୁଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି! ଏଠାରେ ପ୍ରଶ୍ନ ଉଠେ ଯଦି ଚଣ୍ଡୀଖୋଲ ବଜାରରେ ରହିଥିବା ସ୍କୁଲର ସ୍ଥିତି ଏହିଭଳି ତେବେ ବ୍ଳକର ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗୁଡିକରେ ସ୍ଥିତି କିପରି ହୋଇଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି! ଉଚ୍ଚକର୍ତ୍ତୃପକ୍ଷ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଉଅଛି ।

Leave A Reply

Your email address will not be published.