
ଫୁଲବାଣୀ -01/07(ସୁନୀଲ ପଟନାୟକ ) ଶୁକ୍ରବାର ଏସବିଆଇ ତରଫରୁ ଫୁଲବାଣୀ ଆଇ ଆଇ ସି, ସର୍ତାଗୁଡ଼ା ସମନ୍ୱିତ କେନ୍ଦ୍ର ଠାରେ ଏସ ଵି ଆଇ ଦିବସ ପାଳିତ ହୋଇଥିଲା l ରିଜିଓନାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ଏଲ ଏଚ ଓ ର ଏଜିଏମ୍ ଶାଶ୍ଵତୀ ସାହୁ, ଚିଫ୍ ମ୍ୟାନେଜର ବିଷ୍ଣୁ କୁମାର ସାହାଣୀ ଓ ସଞ୍ଜୟ ସାହୁ,ରମେଶ ନାଗ,ମ୍ୟାନେଜର ଜୀବନ ସାହୁ ଓ ଅବିନାଶ ସେଠୀ ଯୋଗଦେଇଥିବା ବେଳେ ସେୟାର ସଂସ୍ଥାର କରାମତ ଅଲ୍ଲୀ ଖାଁ ସଂଯୋଜନା କରିଥିଲେ। ଏହି ଅବସରରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଛତା ପ୍ରଭୃତି ପ୍ରଦାନ କରାଯାଇଥିଲା। ଆଗକୁ ଏସବିଆଇ ତରଫରୁ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।