mobile header

ଶୈଳଶ୍ରୀ ବିହାର ରେ ରଥ ଯାତ୍ରା

ଶୈଳଶ୍ରୀ ବିହାର ଶ୍ରୀ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମ୍ନ କାର୍ଯ୍ୟ ସୁତୀ ଅନୁଯାୟୀ ସମ୍ପନ ହୋଇଅଛି| ପ୍ରାତଃ ୫:୧୫ ମି ରେ ମଙ୍ଗଳ ଆଳତି ୫:୪୫ ମଇଲମ ପ୍ରାତଃ ୬:୧୫ ରେ ଆଳତି କରାଯାଇ ୯:୪୫ମି ରେ ଖେଚୁଡ଼ି ଭୋଗ ଲାଗି ହୋଇଥିଲା| ରଥ ପ୍ରତିଷ୍ଠା ୯:୩୦ମି କରାଯାଇ ପହଣ୍ଡି ବିଜେ ୧୧:୪୦ ମି ରେ ଆରମ୍ଭ ହୋଇଥିଲା| ଦିନ ୩:୧୫ ରେ ରାମକୃଷ୍ଣ ମିଶନ ର ମହାରାଜା ଛେରା ପହଁରା କରିଥିଲେ| ତାପରେ ଦିନ ୪:୦୫ ରେ ରଥ ଟଣା ଯାଇଥିଲା| ପ୍ରାୟ ୨୦,୦୦୦ ଭକ୍ତଙ୍କ ସମାଗମ ହୋଇଥିଲା| ରଥ ପରିଚାଳନା ପାଇଁ ଆରକ୍ଷୀ ବାହିନୀ କଳିଙ୍ଗ ୟୁଥ କ୍ଲବ୍, କର୍ପୋରେଟର ୱାର୍ଡ ନ. ୬,୭, ବିଭିନ ଆଞ୍ଚଳିକ ସଂଘ ସହଯୋଗ କରିଥିଲେ| ଶ୍ରୀ ଜଗନ୍ନାଥ ମନ୍ଦିର ଶୈଳଶ୍ରୀ ବିହାର ର ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ମହାପାତ୍ର, ସଂପାଦକ ଶ୍ରୀ ଗୋପାଳକୃଷ୍ଣ ପଟନାୟକ ଓ ଅନ୍ୟ କର୍ମକର୍ତ୍ତା ମାନେ ରଥ ଯାତ୍ରା କାର୍ଯ୍ୟ ପରିଚାଳନା କରି ରଥଟି ଗୁଣ୍ଡିଚା ମନ୍ଦିର ତଥା ମଙ୍ଗଳ ମନ୍ଦିର ଛକ ରେ ସନ୍ଧ୍ୟା ୬:୦୦ମି ସମୟ ରେ ପହଞ୍ଚାଇଥିଲେ|

Leave A Reply

Your email address will not be published.