ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଚଉରାନବେ ତମ ପୁଣ୍ୟ ତୀଥି ଅବସରରେ ସମାଜ ଓ ସ୍ଵାତି ଅନୁକୁଲ୍ୟରେ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଶନି ବାର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l
ଏହି ଅବସର ରେଆଇ ଟି ଆଇ ସମ୍ମିଳନୀ କକ୍ଷ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ
ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସ୍ୱାତୀ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ଆଇଟିଆଇ ଅଧ୍ୟକ୍ଷ,ପ୍ରକାଶ ଚନ୍ଦ୍ର ସେଠି, ସମାଜ ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି, ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବାଲାଗି ପରାମର୍ଶ ଦେବା ସହ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l
ପୁରସ୍କାର ପାଇଵା ପରେ ଖୁସି ବ୍ୟକ୍ତ କରିଥିଲେ ଛାତ୍ର ଛାତ୍ରୀ lଆଇଟିଆଇ ର ଇନଷ୍ଟ୍ରକଟର ସତ୍ୟବ୍ରତ ପାଣିଗ୍ରାହୀ, ଗୌରବ ଚନ୍ଦ୍ର ମହାପାତ୍ର, ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l
![](https://gaonrusahar.com/wp-content/uploads/2022/07/WhatsApp-Image-2022-07-02-at-8.50.49-PM-2-1024x518.jpeg)