mobile header

ସଦର ଥାନା ହାବିଲଦାର ଙ୍କୁଅବସର କାଳୀନ ସମ୍ବର୍ଦ୍ଧନା


ଫୁଲବାଣୀ 02/07(ସୁନୀଲ ପଟନାୟକ )

ଫୁଲବାଣୀ ସଦର ଥାନା ର ବରିଷ୍ଠ ହାବିଲଦାର୍ ଯୁଗାନନ୍ଦ ବେହେରାଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା l ସଦରଥାନାଅଧିକାରୀ ,ପଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ସଦର ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଯୁଗାନନ୍ଦ ଙ୍କୁ ଫୁଲତୋଡ଼ା, ଉପଢୌକନ,ଓ କିଛି ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଜଣେ ସଚୋଟ୍ ଶୃଙ୍ଖଳୀତ କର୍ମଚାରୀ ଭାବରେ ଯୁଗାନନ୍ଦ ଅଫିସର ମହଲ ରେ ବେଶ ପରିଚିତ ଥିଲେ l
ଦୀର୍ଘ ତିରିଶ ବର୍ଷ ରୂ ଉର୍ଦ୍ଧ ସମୟ ଧରି ପୋଲିସ ବିଭାଗ ରେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଯୁଗାନନ୍ଦ ବେଶ ପ୍ରଶନସାଭାଜନ
ହୋଇଥିବା ସଦର ଥାନାଧିକାରୀ ବେହେରା କହିଥିଲେ l
ତାଙ୍କର ଅବସର କାଳୀନ ଜୀବନ ସୁଖମୟ ହେଉ ବୋଲି କହିଥିଲେ ଥାନାଧିକାରୀ ପ୍ରଶାନ୍ତବେହେରା l
ସମ୍ୱର୍ଦ୍ଧନା ସଭା ରେ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.