ଜାତୀୟ ଯୁବ ବକ୍ସିଂ – 2022 ଶିବିରରେ ଯୋଗ ଦେବାପାଇଁ ଚୟନ ହୋଇଛନ୍ତି ମୟୁରଭଞ୍ଜର ବIର୍ଷ୍ନେୟ ବିନାୟକ ଦାସ I ଗତ ମାସ 23 ତାରିଖରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଯୁବ ବକ୍ସିଂ ଚୟନ ଶିବିରରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥିଲେ I ପିଲାଦିନରୁ ବକ୍ସିଂ ପ୍ରତି ଆଗ୍ରହ ରଖି ସେ ଅଭ୍ୟାସ ଜାରି ରଖିଥିଲେ I ବିଜୟ କୁମାର ଦାସ ଓ କଲ୍ୟାଣୀ ପ୍ରଧାନଙ୍କ ସୁପୁତ୍ର ବର୍ତ୍ତମାନ ରେଭେନ୍ସା କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ର I ଚଳିତ ମାସ ଚେନାଇଠାରେ ହେବାକୁ ଥିବା ଜାତୀୟ ଯୁବ ବକ୍ସିଂ ପ୍ରତିଯୋଗିତାରେ ଭି ଦାସ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ I ଏହି ସଫଳତା ପାଇଁ ରାଜ୍ୟ ବକ୍ସିଂ ସଭାପତି ଅଧିପ ଦାସ, ସମ୍ପାଦକ ଅନିଲ ବହିଦାରଙ୍କୁ ଜିଲ୍ଲା କ୍ରୀଡା ସଂସଦ ତରଫରୁ ସୁଚାରୁ ଚୟନ ପ୍ରକ୍ରିୟା କରିଥିବା ହେତୁ କୃତଜ୍ଞତା ଜ୍ଞାପନ କରାଯାଇଛି I ଭି ଦାସ ତାଙ୍କର ଏହି ସଫଳତା ପାଇଁ ବକ୍ସିଂ କୋଚ ବିଜୟ ଚନ୍ଦ୍ର ଦାସଙ୍କୁ ଶ୍ରେୟ ଦେଇଛନ୍ତି I ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟରେ ଭି ଦାସଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକୀୟ ବକ୍ସିଂ କିଟ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମର କୁମାର ସେଠି, ରବୀନ୍ଦ୍ର ମହାନ୍ତି, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ବକ୍ସିଂ କୋଚ ବିଜୟ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ପାଇଁ ଗୌରବ ଆଣିଥିବା ଭି ଦାସଙ୍କୁ କୋଷାଧକ୍ଷ ଅମିତାଭ ଦାସ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବାସହ ଜାତୀୟ ସ୍ତରରେ ସଫଳତା କାମନା କରିଛନ୍ତି I
