mobile header

୧୧ ଦିନ ପରେ ଜେଲ ରୁ ମୁକୁଳିଲେ ୧୮ଜଣ କଂଗ୍ରେସ କର୍ମୀ, ଜୁଲାଇ ୬ ରେ ୪ କଂଗ୍ରେସ ବିଧାୟକ ଚିତ୍ରକୋଣ୍ଡା ଗସ୍ତ

ମାଲକାନଗିରି : ଚିତ୍ରକୋଣ୍ଡା ଥାନା ପରିସରରେ ଭଙ୍ଗା ରୁଜା କରିଥିବା ୧୮ ଜଣ କଂଗ୍ରେସ କର୍ମୀ ଶନିବାର ଦିନ କୋର୍ଟ ନିର୍ଦ୍ଦେଶ ବେଲ ରେ ବାହାରି ଲେ । ଏ ଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ କଂଗ୍ରେସ ଦଳ ତରଫରୁ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ୍ ଲୋକଙ୍କ ସମସ୍ୟା ଏବଂ ଆର ଏସ ସି ୧୩ ଗ୍ରାମରେ ମହିଳା ମାନଙ୍କ ପ୍ରତି ହୋଇଥିବା ପୋଲିସ୍ ର ବର୍ବରତା କୁପ୍ରତିବାଦ କରି ଏକ ବୈଠକ ସହ ବିରାଟ ସମାବେଶ ହୋଇଥିଲା। ଏହି ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଶରତ ଚନ୍ଦ୍ର ବୁରୁଦ।, ଗୋବିନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱ ରେ ଚିତ୍ରକୋଣ୍ଡା ବ୍ଲକ ର ଅନେକ ଗ୍ରାମବାସି ଓ କଂଗ୍ରେସ କର୍ମୀ ଙ୍କୁ ନେଇ ଏକ ବିରାଟ ସମାବେଶ ହୋଇଥିଲା । ପ୍ରଥମେ ବ୍ଲକ ଅଫିସ ଘେରାଉ କରିବା ପରେ ଥାନା ଘେରାଉ ପାଇଁ ଅନେକ କଂଗ୍ରେସ କର୍ମୀ ଓ ଗ୍ରାମବାସି ପହଁଚି ଥିଲେ ଓ ସେଠାରେ ଯାଇ ଥାନା ର କିଛି ସାମଗ୍ରୀ ଭଙ୍ଗା ରୁଜା କରିଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ୧୮ ଜଣ କଂଗ୍ରେସ କର୍ମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜୁଲାଇ ୬ ତାରିଖ ଦିନ ୪ ଜଣ କଂଗ୍ରେସ ବିଧାୟକ ଆର ଏସ ସି ୧୩ ଗ୍ରାମ କୁ ଯାଇ ବର୍ବରତା ର ଶିକାର ହୋଇଥିବା ମହିଳା ଙ୍କୁ ଭେଟି ବା ର କାର୍ଯ୍ୟକ୍ରମ ରହିଅଛି । ବିଧାୟକ ତାରା ପ୍ରସାଦ ବାହିନୀପତି,ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିର।ଜ୍ ପାଣିଗ୍ରାହୀ,ବିଧାୟକ ରମେଶ ଜେନା ଜୁଲାଇ ୬ ତାରିଖ ରେ ଚିତ୍ରକୋଣ୍ଡା ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.