mobile header

ବିଶ୍ୱବାସୀଙ୍କୁ ମୋବାଇଲ ଉଦ୍ଭାବନକାରୀଙ୍କ ପରାମର୍ଶ, ଗୋଟିଏ ଦିନରେ ମାତ୍ର ଏତିକି ସମୟ ବ୍ୟବହାର କରନ୍ତୁ ମୋବାଇଲ

ବିଂଶ ଶତାବ୍ଦୀରେ ମୋବାଇଲ ମଣିଷର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୋବାଇଲ ବି ଅତ୍ୟାବଶକୀୟ ସାମଗ୍ରୀରେ ଗଣତି ହେଉଛି । ହେଲେ ଆପଣ ଜାଣିଛନ୍ତି କି, ମୋବାଇଲ ଫୋନ ବା ସେଲ ଫୋନ ଉଦ୍ଭାବନ କରିଥିବା ମାର୍ଟିନ କୁପର ୨୪ ଘଂଟା ମଧ୍ୟରେ କେତେ ସମୟ ମୋବାଇଲ ବ୍ୟବହାର କରିଥାନ୍ତି । ଏନେଇ ସେ ନିଜେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୋଲାସା କରିଛନ୍ତି ।ମାର୍ଟିନ କୁପର ୧୯୭୩ ମସିହାରେ ମୋବାଇଲ ନିର୍ମାଣ କରିଥିଲେ । ଏବେ କୁପର ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି କି ୨୪ ଘଂଟା ମଧ୍ୟରେ ସେ କେବଳ ୧୨୦ ମିନିଟ ବା ୨ ଘଂଟା ମୋବାଇଲ ବ୍ୟବହାର କରିଥାନ୍ତି ।ସେ ଅନ୍ତର୍ଜତୀୟ ଗଣମାଧ୍ୟମ ସହ ସାକ୍ଷାତକାର ଦେବା ଭଳି ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛନ୍ତି କି ଯେତେ ସମ୍ଭବ ସେତେ କମ ସମୟ ମୋବାଇଲ ବ୍ୟବହାର କରନ୍ତୁ । ଭର୍ଚୁଆଲ ଜୀବନରୁ ବାହାରି ଅସଲି ଜୀବନ ଜିଇଁବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ମୋବାଇଲ ବାହାରେ ବାସ୍ତବ ଜୀବନ ଆପଣଙ୍କୁ ଅପେକ୍ଷା କରିଛି ।ଆପଣଙ୍କୁ କହିରଖୁ କି ୧୯୭୩ ମସିହାରେ ଏପ୍ରିଲ ୩ ତାରିଖରେ ମାର୍ଟିନ କୁପର ପ୍ରଥମ ସେଲ ଫୋନ କଲ କରି ବିଶ୍ୱକୁ ଚକିତ କରିଦେଇଥିଲେ । ଏହାଠାରୁ ଆହୁରି ଅଶ୍ଚର୍ଯ୍ୟ କଥା କି ଏହି ସେଲ ଫୋନ ବା ମୋବାଇଲ ଫୋନକୁ ପ୍ରସ୍ତୁତ କରିବାକୁ ତାଙ୍କୁ ମାତ୍ର ୩ ମାସ ସମୟ ଲାଗିଥିଲା ।

Leave A Reply

Your email address will not be published.