ମାଲକାନଗିରି ତା. ୦୩.୦୭.୨୦୨୨ (ସ.ପ୍ର) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ସମାଜର ସେବା ଓ ସେବକ ସପ୍ତାହ ଉପଲ କ୍ଷେ ମାଓ ପ୍ରବଣ ଅଂଚଳ ପାପରମେଟଲା ଠାରେ ମେଘା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ଯାଇଛିା ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଭେସଜ ବିଶେଷ ଯଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲୋ ଏହି ଅବସରରେ ସେ ସ୍ଥାନୀୟ ଆଦିବାସୀଙ୍କୁ ସ୍ୱାସ୍ଥ୍ୟ ପରୀ କ୍ଷା କରିବା ସହ କିବଳି ଅନ୍ଧ ବିଶ୍ୱାସ ଓ କୁ ସଂସ୍କାରରେ ଦୁରେଇ ରହିବେ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲୋ ବିସେଷ କରି ଗୁଣି ଗାରେଡିର ବସବର୍ତୀ ହୋଇ ଆଜି ବି ବହୁ ଆଦିବାସୀ ଚିକିିତ୍ସା ନିମନ୍ତେ ଗୁଣି ଗାରେଡି କରି ମୃତ୍ୟୁମୁଖରେ ପଡୁଥିବା ବେଳେ ବିଶେଷ କରି ଆଦିବାସୀ ଅଧ୍ୟୁସିତ ଅଂଚଳରେ ଏଭଳି ଦେଖିବାକୁ ମିଳିଛିା ତେବେ ପରମ୍ପରାକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ଗର୍ଭବତୀ ମହିଳା ମାନେ ଠିକ୍ ସମୟରେ ଯେବଲି ଚିକିତ୍ସା ପାଇପାରିବେ ସେ ସମ୍ପର୍କରେ ବୁଝାିବା ସହ ଗୋପବନ୍ଧୁ କିଭଳି ହଇଜା ଭଳି ମହାମାରିରେ ଆକ୍ରାନ୍ତ ଲୋକଙ୍କୁ ସେବା ତାଙ୍କର ପ୍ରଥମ କର୍ତବ୍ୟ ଥିବା ସେ କହିଛନ୍ତିା ତାଙ୍କ କର୍ତବ୍ୟରେ ଯେଉଁ ସେବା ମନୋବୃତି ଚିକିତ୍ସା କ୍ଷେତ୍ରରେ ମଧ୍ୟ ସବୁ ଡାକ୍ତର ମାନେ ଅନୁସରଣ କରିବା ଉଚିତ ବୋଲି କହିଥିଲୋ ଦେଶ ଓ ଜାତିର ଘୋର ଦୁର୍ଦିନ ସମୟରେ ବନ୍ଧୁ ସମୟର ଗୋପବନ୍ଧୁଙ୍କ ଅସୀମ ତ୍ୟାଗ, ନିଃସ୍ୱାର୍ଥପର ସେବା ଓ ଜନହିତକର କା ର୍ଯ୍ୟକୁ ମନେ ପକାଇବା ପାଇଁ ତାଙ୍କ ବକ୍ତବ୍ୟରେ କହିଥିଲୋ ଏହି ଅସରରେ ଦୁର୍ଗମ ପଂଚାୟତର ୨୦୦ରୁ ଉର୍ଧ ଆଦିବାସୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲୋ ସମସ୍ତଙ୍କୁ ମାଗଣାରେ ଔଷଧ ବଂଟନ କରା ଯାଇଥିଲ।। ଏହି ଶିବିରକୁ ପରିବର୍ତନ ସ୍ୱେଚ୍ଛାସେବୀ ସଂଗଠନ ର ଡାକ୍ତର ହରିପ୍ରସାଦ ନାଥ ଶର୍ମା, ଫର୍ମାସିଷ୍ଟ ଧୃବ ସରକାର, ଏ.ଏନ୍.ଏମ୍. ଅଲିଭା ସୁନ୍ଦରୀ ସେଠୀ , ବାସନ୍ତୀ ପରିଡା, ୟୁନିସେଫ ର ଆରାଧନା ମହାନ୍ତି, ଏବଂ ଚାଇଲ୍ଡଲାଇନର ଚମ୍ପାଦେବୀ ଏବଂ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଦିବ୍ୟରଂଜନ ପାଳ, ଫର୍ମାସିଷ୍ଟ ସୌମିତ୍ର ବିଶ୍ୱାସ, ଆଟେଣ୍ଡେଂଟ ଦିନବନ୍ଧୁ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲୋ ସେହିପରି ମାଲକାନଗିରି ସଦର ମହକୁମା କୋବିଡ ଚିକିତ୍ସାଳୟ ଦାୟିତ୍ୱରେ ଥିବା ପ୍ରକାଶ କୁମାର ସାହୁ ଶିବିରକୁ ପରିଚାଳନା କରିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ଓ ଚିତ୍ରକୋଣ୍ଡା ବ୍ଲକ ପ୍ରତିନିଧି ଦେବେନ୍ଦ୍ର କୁମାର ସାହୁ ଶିବିର ପରିଚାଳନାରେ ସହ ଯୋଗ କରିଥିଲୋ ଏହି ଅବସରରେ ଧୁଳିପୁଟ ଓ ପାପରମେଟଲା ପଂଚାୟତର ୨୦ରୁ ଉର୍ଧ ଗ୍ରାମର ଆଦିବାସୀ ଯୋଗ ଦେଇଥିଲୋ
