mobile header

ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ କନ୍ଧମାଳ ଦଣ୍ଡନାଟ ର କୃତିତ୍ୱ

ଫୁଲବାଣୀ -03/07 ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘ ର ତୃତୀୟ ବାର୍ଷିକ ଉତ୍ସଵ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳGନୀ ରେ କନ୍ଧମାଳ ଦଣ୍ଡନାଟ ର କୃତିତ୍ୱ l ବାଲିଗୁଡା ବ୍ଲକ ବାରଖମା ର ଯୁବ କଳାକାର ସଚିଦାନନ୍ଦ ପାତ୍ର ଙ୍କ ନେତୃତ୍ୱ ରେ ମା ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘ ର କଳାକାର ମାନେ ଯୋଗଦେଇ ଥିଲେ ଓ ଏଥିରେ ଅଂଚଳ ର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକା ରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ମୁଖ୍ୟ ଅତିଥି ପୂର୍ବତନ ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା ଙ୍କ ଠାରୁ ଉପଢଉକନ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ଏବଂ ସମଗ୍ର ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି l ସେହିପରି ନନ୍ଦିନୀକାଳୀ ଦଣ୍ଡନୃତ୍ୟ ଦଳ ରେବୀଙ୍ଗିଆ ପକ୍ଷରୁ ସମାଜସେବୀ ପୁରସ୍ତମ ବେହେରା ଙ୍କ ନେତୃତ୍ୱ ରେ ବୀଣାକାର ଭୂମିକା ରେ ଗୋବିନ୍ଦ ଚନ୍ଦ୍ର ବେହେରା ନିଖୁଣ ଅଭିନୟ କରି କୃତିତ୍ୱ ଅର୍ଜନ କରି ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି l ବାରଖମା ଦଣ୍ଡନୃତ୍ୟ ଦଳର କାରୁଆଣି ଚରିତ୍ର ରେ ଶ୍ୟାମ ସିଂ ପାତ୍ର, ବିକାଶ ସାହୁ ବାଦ୍ୟ ଯନ୍ତ୍ର ରେ ଗଜାଧର ନାୟକ, ଲେଡ଼େନାୟକ, ଦୁଃଶାସନ ନାୟକ ଚକ୍ରମଣି ନାୟକ ଏବଂ ରେବିଙ୍ଗିଆ ଦଳରେ ବାଦ୍ୟକାର ବୁରି ନାୟକ ସହଯୋଗ କରିଥିଲେ l ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ ଜ଼ିଲ୍ଲା ତରଫରୁ ପ୍ରତିନିଧିତ୍ବ କରି ଗୌରବ ଆଣିଥିବା ଦୁଇଦଳ କୁ ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.