mobile header

ଜି ନ୍ୟୁଜର ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପପ୍ରଚାରକୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ

ମୋଦି ଗୋଦି ମିଡ଼ିଆ ଜି ନ୍ୟୁଜର ଅପପ୍ରଚାରକୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ

ଭୁବନେଶ୍ୱର ତା ୩.୭- ଗତ କିଛିଦିନ ଧରି ଏସଏଲ ଗ୍ରୁପ ଦ୍ୱାରା ପରିଚାଳିତ ଜି ନ୍ୟୁଜ ଚ୍ୟାନେଲ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓକୁ କଦର୍ଥ କରି ଟିଭି ପରଦାରେ ବାରମ୍ବାର ପ୍ରସାରଣ କରୁଛନ୍ତି । ଶ୍ରୀ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ୱାଇନାର୍ଡ, କେରଳରେ ଏସଏଫଆଇ ଛାତ୍ରମାନଙ୍କ ଦ୍ୱାରା ତାଙ୍କ କାର୍ଯ୍ୟାଳୟରେ ପଶି ଯେଉଁ ଭଙ୍ଗାରୁଜା କରିଥିଲେ ସେହି ପରିପ୍ରେକ୍ଷୀରେ ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ଶ୍ରୀ ଗାନ୍ଧୀ ଯେଉଁ ପ୍ରତିକ୍ରିୟା ଦେଇଥିଲେ ଉକ୍ତ ଭିଡିଓକୁ ଉଦୟପୁର ଘଟଣା ସହିତ ଯୋଡ଼ି ଗତ କିଛିଦିନ ଧରି ଜି ନ୍ୟୁଜ ବାରମ୍ବାର ମିଛ ପ୍ରସାରଣ କରୁଥିଲା । କଂଗ୍ରେସ ଦଳ ଜି ନ୍ୟୁଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବାପରେ ଏହି ପ୍ରସାରଣ କାର୍ଯ୍ୟରୁ ଓହରି ଯାଇଛି । କିନ୍ତୁ ଏହି ଅପପ୍ରଚାର ଓ ମିଛ ଭିଡିଓକୁ ଭାରତୀୟ ଜନତାପାର୍ଟିର ବହୁ ନେତୃବର୍ଗ ଯଥା ପୂର୍ବତନ ମନ୍ତ୍ରୀ ଏବଂ ସାସଂଦ ରାଜବର୍ଦ୍ଧନ ସିଂ ରାଠୋର, ସାଂସଦ ସୁବ୍ରତ ପାଠକ ଏବଂ ସାସଂଦ ଭୋଳାସିଂ ଜାଣିସୁଣି ସାମାଜିକ ଗଣମାଧ୍ୟମରେ ପ୍ରସାର କରୁଛନ୍ତି । ଖାଲି ସେତିକି ନୁହେଁ ବିଜେପି ଦଳର ଆଇଟିସେଲ ମାଧ୍ୟମରେ ଏହାକୁ ଅଧିକରୁ ଅଧିକ ପ୍ରସାର କରିବାରେ ଲାଗିଛନ୍ତି । ଶ୍ରୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ଏହା ଭାରତୀୟ ଜନତା ପାର୍ଟିର ଏହା ଏକ ସୁଚିନ୍ତିତ ଯୋଜନା ଏବଂ ଷଡ଼ଯନ୍ତ୍ର ବୋଲି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା କହିଛନ୍ତି । ଶ୍ରୀମତୀ ପରିଡ଼ାଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସର ବହୁ ସଭାନେତ୍ରୀ ଆଜି ନୟାପଲ୍ଲୀରେ ଥିବା ମୋଦି ଗୋଦି ମିଡିଆ ଜି ଓଡ଼ିଶା ନ୍ୟୁଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ରଶ୍ମି ମହାପାତ୍ର, ନିରୁପମା ଦାସ, ନିରୁପମା ପାତ୍ର, କୁସୁମ ପ୍ରଧାନ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଚୈତାଳି ପଟ୍ଟନାୟକ, ସ୍ୱାଧୀନବାଳା ଦାସ, ମଧୁମିତା ଆଚାର୍ଯ୍ୟ, ପ୍ରଭାବିତ ପଟ୍ଟନାୟକ, ସୁଭଦ୍ରା ମିଶ୍ର, ଗିତାଞ୍ଜଳି ମହାନ୍ତି, ଉର୍ବଶୀ ମିଶ୍ର, ଶ୍ରିୟାସ୍ମିତା ପଣ୍ଡା ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ଅଶୋକ ଦାସ, ମୋହନ ଗାନ୍ଧୀ, ସୁବ୍ରତ ମହାପାତ୍ର, ଆଶିଷ ମଲ୍ଲିକ, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.